କେନ୍ଦ୍ରାପଡ଼ା, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ସଭାପତି ମୀର ହକିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିସୁଦ୍ଧିନ ଖାଁ ଯୋଗଦେଇ କ୍ରୀଡା ପତାକା ଉତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଇଛାପୁର କ୍ଲଷ୍ଟରର ସି.ଆର.ସି.ସି. ବିଭୁ ପ୍ରସାଦ ନାୟକ ଏବଂ କାଉନସିଲର ସେକ ଅସଲମ ଯୋଗଦେଇ ପତାକା ଦେଖାଇ ଉତ୍ସବର ଶୁଭାରମ୍ଭ କରିଥିଲେ ।
କ୍ରୀଡା ଶିକ୍ଷକ ସେକ ସୌକତ କ୍ରୀଡା ପ୍ରତିଯୋଗୀତା ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ସେକ ଜାହାଙ୍ଗିର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଦ୍ୟାଳୟର ସଭାପତି ମୀର ହକିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ଇନାୟତ(ଚନ୍ଦନ) ମୁଖ୍ୟ ଅତିଥି, କେଉଁଝର ଚମ୍ପୁଆସ୍ଥିତ ମହତାବ ହାଇସ୍କୁଲର ଶିକ୍ଷକ ଡଃ. ମୁର୍ଶିଦ୍ଧ ଉମ୍ରି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଦ୍ରାସାର ଉନ୍ନତି କାମନା କରିବା ସହ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଶେଷରେ ପ୍ରଧାନ ଶିକ୍ଷକ ସେକ ଜାହାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ।