Thursday , February 2 2023
Breaking News
Home / ବିଶେଷ / ଭୁବନେଶ୍ୱର ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍ ର ହାଇଡ୍ରା ଫେସିଆଲ୍ ଟ୍ରେନିଂ ଅନୁଷ୍ଠିତ

ଭୁବନେଶ୍ୱର ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍ ର ହାଇଡ୍ରା ଫେସିଆଲ୍ ଟ୍ରେନିଂ ଅନୁଷ୍ଠିତ

ଭୁବନେଶ୍ୱର, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- ଆଜି ବୁଦ୍ଧ ମନ୍ଦିରଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱର ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍ ର ଦେୟମୁକ୍ତ ହାଇଡ୍ରା ଫେସିଆଲ୍ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଭୁବନେଶ୍ୱର ବିୟୁଟିପାର୍ଲର ଆସୋସିଏସନ୍ ର ସଭାପତି ଶ୍ରୀମତୀ ପ୍ରବୀଣା ତି୍ରପାଠୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରାଯାଇଥିବା ଏହି ଟ୍ରେନିଂ କାର୍ଯ୍ୟକ୍ରମରେ କଲିକତାର ଡକ୍ଟର ପାଲ୍ ଇନଷ୍ଟିଚୁ୍ୟଟ୍ ର ଚେୟାରମ୍ୟାନ ଡକ୍ଟର ସୁବର୍ଣ୍ଣା ଚାଟାର୍ଜୀ ଅଧିକାରୀ ବୁ୍ୟଟିସିଆନ୍ ମାନଙ୍କୁ ସ୍କିନ୍ ଓ ହେୟାର ଉପରେ ଉଭୟ ଡକ୍ଟର ଓ ନନ୍ ଡକ୍ଟର ସେବା ଟି୍ରଟ୍ମେଂଟ ଉପରେ ଶିକ୍ଷା ଦେଇଥିଲେ । ବିୟୁଟିସିଆନ୍ ମାନଙ୍କୁ ବାଚ୍ ବାଚ୍ କରି ଅଫ୍ ସିଜିନ୍ ରେ ସମ୍ପୂର୍ଣ୍ଣ ମାଗଣାରେ ଟ୍ରେନିଂ ଦେଇ ଆଡଭାନ୍ସ ନଲେଜ୍ ହାସଲ କରି ବର୍ତମାନ ଚାରିଆଡେ କଷ୍ଟମର ମାନଙ୍କର ହାଇଡ୍ରା ଫେସିଆଲ୍ ଡିମାଣ୍ଡକୁ ପୂରଣ କରିବା ପାଇଁ ସକ୍ଷମ କରିବା ଆଜିର ଏହି ଟ୍ରେନିଂ ଦିଆଯାଉଛି ବୋଲି କହିଛନ୍ତି ଆସୋସିଏସନର ସାଧାରଣ ସମ୍ପାଦିକା ବନଜା ପ୍ରଧାନ । ଆମେ ପୁରା ମାଗଣାରେ ଆମ ଆସୋସିଏସନର ସମସ୍ତ ଭଉଣୀମାନଙ୍କୁ ଟ୍ରେନିଂ ଦେଇ ଶିକ୍ଷିତ କରି ଉଚିତ୍ ଢଙ୍ଗରେ, ଉଚିତ୍ ମାର୍ଗରେ ଓ ଉଚିତ୍ ପ୍ରୟୋଗରେ ବିଜିନେସ୍ ବଢାଇବାକୁ ସକ୍ଷମ କରିଛୁ, ନନ୍ ସର୍ଜିକାଲ୍ ଟି୍ରଟ୍ମେଂଟର ସବୁ ଶିକ୍ଷା ଦେଉଛୁ । ହାଇଡ୍ରା ଫେସିଆଲ୍ ଗୋଟେ ଡକ୍ଟର ଟ୍ରେଡ୍ ର ପାଠ । ଟ୍ରେନିଂ ପାଇଁ ସମସ୍ତେ ନଲେଜ୍ ଗେନ୍ କରି ନିଜ ନିଜ କାର୍ଯ୍ୟରେ ପ୍ରୟୋଗ କରି ସୁନାମ ଅର୍ଜନ କରନ୍ତୁ ବୋଲି କହିଛନ୍ତି ଆସୋସିଏସନ୍ ର ସଭାପତି ପ୍ରବୀଣା ତି୍ରପାଠୀ । ଆଗକୁ ଭୁବନେଶ୍ୱର ବିୟୁଟିସିଆନ୍ ଆସୋସିଏସନ୍ ତରଫରୁ ଖୁବ୍ ଶୀଘ୍ର ଏକ ଆୱାର୍ଡ ସେରିମୋନି ଉତ୍ସବ ପାଳନ ହେବାକୁ ଯାଉଛି ବୋଲି ସୂଚନା ଦେଇ ବହୁ ବିୟୁଟିସିଆନ୍ ମାନେ ଦୀର୍ଘବର୍ଷ ହେଲା କାମ କରି ଭଲ ଖ୍ୟାତି ଅର୍ଜନ କରିଥିବା ବିୟୁଟିସିଆନ୍ ମାନଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ସଭାପତି ଶ୍ରୀମତୀ ତି୍ରପାଠୀ । ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ କରି ଭୁବନେଶ୍ୱର ବିୟୁଟିସିଆନ୍ ଆସୋସିଏସନ୍ ଓଡ଼ିଶାରେ ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି ବୋଲି ଶ୍ରୀମତୀ ତି୍ରପାଠୀ ସୂଚନା ଦେଇଛନ୍ତି । ସେହିପରି ମୁଁ ବହୁତ ଥର ଭୁବନେଶ୍ୱର ଆସି ବିୟୁଟିସିଆନ୍ ମାନଙ୍କୁ ଟ୍ରେନିଂ ଦେଇଛି, ମୋର ବହୁତ ଲୋକ ସମ୍ପର୍କ ଭୁବନେଶ୍ୱରରେ ଅଛି, ମୁଁ ସ୍ପେସିଆଲି ସ୍କିନ୍ ଓ ହେୟାର ଉପରେ ପ୍ରପର ନଲେଜ ଦେଇଥାଏ । ହ୍ରାଇଡ୍ରା ଫେସିଆଲ୍ ଗୋଟେ ଆଡଭାନ୍ସ କୋର୍ସ । ଆଜିର ମାର୍କେଟରେ ହାଇଡ୍ରା ଫେସିଆଲ୍ ର ବହୁତ ଡିମାଣ୍ଡ ଅଛି । ଭୁବନେଶ୍ୱର ବିୟୁଟିସିଆନ୍ ଆସୋସିଏସନ୍ ମୋତେ ପଇସା ଖର୍ଚ୍ଚ କରି ଟ୍ରେନିଂ କ୍ଲାସ ଦେବାକୁ ପ୍ରପର ନଲେଜ୍ ସେୟାର କରିବାକୁ ଏଠିକି ଡାକିଛନ୍ତି ବୋଲି କହିଛନ୍ତି ଡକ୍ଟର ପାଲ୍ ଇନଷ୍ଟିଚୁ୍ୟଟ୍ର ଚେୟାରମ୍ୟାନ ଡକ୍ଟର ସୁବର୍ଣ୍ଣା ଚାଟାର୍ଜୀ ଅଧିକାରୀ । ହ୍ରାଇଡ୍ରା ଫେସିଆଲ୍ କ୍ଲାସ ଆମକୁ ଗୋଟେ ନୂଆ ଶିକ୍ଷା ଦେଇଛି, ଆମେ ଏହି ଶିକ୍ଷାକୁ ଅନ୍ୟମାନଙ୍କୁ ଶିଖାଇବୁ । ମାର୍କେଟରେ ଥିବା ଡିମାଣ୍ଡକୁ ଏହି ଶିକ୍ଷା ପ୍ରୟୋଗ କରିବୁ ଏବଂ ଆମେ ଏହି ଟ୍ରେନିଂ ପାଇ ଖୁସି ଅଛୁ । ଫି୍ରରେ ଏହି କୋର୍ସ କରି ଭଲ ଲାଗୁଛି ବୋଲି କହିଛନ୍ତି ଆସୋସିଏସନ୍ର ସଦସ୍ୟା ଦିବ୍ୟାନ୍ତ ଦାସ ଓ ଭବାନୀ ମହାନ୍ତି ।

Leave a Reply

Your email address will not be published.