କେନ୍ଦ୍ରାପଡ଼ା, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମପଂଚାୟତର ଚରପଡା ବାସୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ଦେବଦତ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମପଂଚାୟତର ଚରପଡା ବାସୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବର ଉଦଯାପନୀ ଦିବସରେ ପ୍ରଧାନଶିକ୍ଷକ ଦେ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ସହ ଶିକ୍ଷା ଅଧିକାରୀ କୁମୁଦିନୀ ଦେଇ, ସି.ଆର.ସି.ସି. ଅସଗର ଅଲ୍ଲୀ, ନିକିରାଇ ପଂଚାୟତର ସରପଂଚ ଅପର୍ଣ୍ଣା ଉଡାନସିଂ, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଖେଳ ଶିକ୍ଷକ ଦୀପକ କୁମାର ରାଉତ ଓ ସହକାରୀ ଶିକ୍ଷକ ଦେବୀ ପ୍ରସାଦ ଦାସ, ପ୍ରଭାତ କୁମାର ଜେନା, ସରସ୍ୱତୀ ନାଥ, ପ୍ରମିଳା ସାହୁ, କାଳୀ ପ୍ରସନ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋ ସ୍କୁଲ ଅଭିଯାନର ସଭାପତି ଦୁଷ୍ମନ୍ତ କୁମାର ପରିଡା, ଅବସରପ୍ରାପ୍ତ ଶିକ୍ଷକ ପାରେଶ୍ୱର ପରିଡା, ପଦ୍ମଲୋଚନ ପୃଷ୍ଟି, ସମାଜସେବୀ କୁଳମଣୀ ରାଉତ, ମନୋଜ ଜେନା, ହିମାଂଶୁରଞ୍ଜନ ମହାନ୍ତି, ସୌଭାଗ୍ୟ କେଶରୀ ରାଉତ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କବି ଶୈଳଜାଶଙ୍କର ସାମଲ ମଂଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।