ନିରାକାରପୁର, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ମା ମଙ୍ଗଳା ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଟାଙ୍କୋଳ ଖେଳ ପଡିଆ ରେ ଆଜି ୪ର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଆଜିର ଉଦ୍ଘାଟନୀ ମ୍ୟାଚରେ ଭୁବନେଶ୍ୱର କରଡ।ପଲ୍ଲୀ ନିଉ ୟୁଥ୍ ପାୱାର କ୍ଲବ କୁ ଟାଙ୍ଗୀ ରଘୁନାଥ ଫୁଟବଲ ଟିମ୍ ଭେଟିଥିଲେ।
ଖେଳ ଶେଷ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରିବାରେ ଅକ୍ଷମ ହୋଇଥିଲେ। ଫଳରେ ଟ୍ରା ଇବ୍ରେକର ସହାୟତା ଜରିଆରେ ଖେଳ ଶେଷ କରାଯାଇଥିଲା। ଏଥିରେ ୪-୩ ଗୋଲ ଟାଙ୍ଗୀ ବିଜୟୀ ହୋଇଛି। ଏହି ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ, ବିଭୁ ନାରାୟଣ ମିଶ୍ର, ଅରୁଣ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଆଜିର ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ସମ୍ମାନୀତ ଅତିଥିଭାବେ କୁହୁଡି ସରପଂଚ ଜୟଦେବ ବେହେରା, ବିଶିଷ୍ଟ ଅତିଥି ଭାବେ ସରପଂଚ ବିରେଶ କୁମାର ରାଜଗୁରୁ, ମା ମଙ୍ଗଳା କ୍ଲବ ସଭାପତି ଦିଲ୍ଲୀପ କୁମାର ସେଠୀ, ସମ୍ପାଦକ ଶରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବଟକୃଷ୍ଣ ସାହୁ, ଧର୍ମେନ୍ଦ୍ର ମୁଦୁଲି, ପ୍ରସନ୍ନ କୁମାର ପାଟ୍ଟଯୋଶୀ ପ୍ରମୁଖ ସହଯୋଗ କରିଥିଲେ।