Thursday , February 2 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗର ଆଲୁମିନି ମିଟ

କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗର ଆଲୁମିନି ମିଟ

କେନ୍ଦ୍ରାପଡ଼ା, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ଆଲୁମିନି ମିଟ ବିଭାଗର ଶ୍ରେଣୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୩୦ରୁ ଉଦ୍ଧ୍ୱର୍ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟ ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ ସହ ସଭାର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡା ଯୋଗଦେଇ ସଭାର ପୁନଃଗଠନ ଓ କାର୍ଯ୍ୟାବଳୀ ବିଷୟରେ ମତ ରଖିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ସେମାନଙ୍କର ଅତୀତ ସ୍ମୃତିଚାରଣ କରିବା ସେଙ୍ଗ ସେଙ୍ଗ ବର୍ତମାନର ପଦପଦବୀ ବିଷୟରେ ବର୍ଣ୍ଣନା କରିଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ବିଭାଗର ସ୍ୱର୍ଗତ ଆତ୍ମାମାନଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ନୂତନ କର୍ମକର୍ତାମାନଙ୍କର ଚୟନ କରାଯିବା ସେଙ୍ଗ ସେଙ୍ଗ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଅଧ୍ୟାପିକା ପ୍ରଭା ସାମନ୍ତରାୟ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅଚୁ୍ୟତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ସଭାପତି ଭାବେ ଡଃ. ବିଦୁ ଭୂଷଣ ଦାଶ, ଉପସଭାପତି ଭାବେ ଡଃ. ସର୍ମିଷ୍ଠା କବି, ସମ୍ପାଦକ ଭାବେ ଡଃ. ବିନାୟକ ପ୍ରସାଦ ପ୍ରଧାନ, ସହ ସମ୍ପାଦକ ଭାବେ ସରୋଜକାନ୍ତ ନାୟକ, କୋଷାଧ୍ୟକ୍ଷ ଭାବେ ଅଚୁ୍ୟତାନନ୍ଦ ମହାରଣା ଓ ସହ କୋଷାଧ୍ୟକ୍ଷ ଭାବେ ଇପ୍ସିତା ବେହୁରାଙ୍କୁ ମନୋନିତ କରାଯାଇଥିଲା ।

Leave a Reply

Your email address will not be published.