ରଘୁନାଥପୁର, ୧୭/୧୨/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ସ୍ଥିତସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ର କଲେଜ ପରିଚାଳନା କମିଟି ର ସଭାପତି, ଶିକ୍ଷାବିତ୍ ଶ୍ରୀଯୁକ୍ତ ଅଜୟ କୁମାର ଦାସ (୬୫)ଙ୍କର ଗତକାଲି ଶୁକ୍ରବାର ରାତିରେ ଆକସ୍ମିକ ଅକାଳ ବିୟୋଗ ଘଟିଛି । ସୂଚନା ଯୋଗ୍ୟ କି ଶ୍ରୀଯୁକ୍ତ ଦାସ ତାଙ୍କ ଜୀବନ କାଳ ମଧ୍ୟରେ ଉକ୍ତ କଲେଜରେ ଅଧ୍ୟାପକ ଭାବେ ଚାକିରୀ ଜୀବନ ଆରମ୍ଭ କରି ବହୁ ଛାତ୍ର ଛାତ୍ରୀଙ୍କୁ ମଣିଷ କରିବା ସହିତ ଶେଷ ସମୟ ବେଳକୁ ଅଧ୍ୟକ୍ଷ ପଦବୀ ରେ ରହି କଲେଜର ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଅବସର ପରେ ସ୍ଥାନୀୟ ବିଭିନ୍ନ ସଂଗଠନ, ଧର୍ମାନୁଷ୍ଠାନ ସହିତ ନିଜକୁ ଜଡ଼ିତ ରଖି କଲେଜ ପରିଚାଳନା କମିଟିର ସଭାପତି ରୂପେ ମନୋନୀତ ହୋଇଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ସେ ଶୌଚାଳୟକୁ ଯାଉଥିବାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ । ତାଙ୍କୁ ପରିବାର ପରିଜନ ଓ ସ୍ଥାନୀୟ ଲୋକ ଗାଡ଼ି କରି ମେଡ଼ିକାଲ ନେଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଏଭଳି ଆକସ୍ମିକ ଓ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଥିଲା
ଅଧ୍ୟାପକ ଶ୍ରୀ ଦାସଙ୍କର ହୃଦଘାତରେ ପରଲୋକ ଖବର ବିଦ୍ୟୁତ ବେଗରେ ପ୍ରଚାରିତ ହେବା ପରେ ହଜାର ହଜାର ଶୁଭେଚ୍ଛୁମାନେ ତାଙ୍କ ହରିଶପୁର ସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶବାଧାରରେ ମାଲ୍ୟାର୍ପଣ କରି ଗଭୀର ଶୋକ ପ୍ରକାଶ କରିଥିଲେ ।ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ସକôାର କରା ଯାଇଥିଲା ।ଏକମାତ୍ର ପୁତ୍ର ଅମୀୟ କୁମାର ଦାସ ମୁଖାଗ୍ନି ଦେଇଥିବା ବେଳେ ପୁତ୍ରବଧୁ ରୋଜାଲିନ,ସହଧର୍ମିଣୀ ଅନୁସୟା,କନ୍ୟା ଶ୍ରଦ୍ଧାଞ୍ଜଳି,ଜାମାତା ସରୋଜ ଦାସ ଓ ଶତାଧୀକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଖବର ପାଇ ଆଜି ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି, ରମେଶ ଚନ୍ଦ୍ର ସାହୁ, ସୁମନ୍ତ ଦାସ, ଅଜିତ ଭୂୟାଁ, ପ୍ରଶାନ୍ତ ବେହେରା, କମଳଲୋଚନ ଆଚାର୍ଯ୍ୟ, ତି୍ରଲୋଚନ ମହାପାତ୍ର, ବିଭୁତି ମହାପାତ୍ର, ମିଟୁ ରାଉତ, ସ୍ନେହମୟୀ ଦାସ, ସ୍ମାରକ ମିଶ୍ର, ଅସଲମ ଅଲୀ ଙ୍କ ସମେତ କଲେଜର ଛାତ୍ର ଛାତ୍ରୀମାନେ ଶୋକ ପାଳନ କରିଥିଲେ । ଏଥି ସହିତ ସ୍ଥାନୀୟ ତାରପୁର ସରପଂଚ ସୁଷମା ମଲିକ, ପୂର୍ବତନ ସରପଂଚ ପ୍ରତାପ କୁମାର ରାଉତ, ସରୋଜ କୁମାର ଦାଶ, ଜିଲା ପରିଷଦ ସଭ୍ୟା ରୀନାରାଣୀ ମଲିକ, ଇତିଶ୍ରୀ ମଲିକ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଗୁଆଳିପୁର ସରପଂଚ ମନୋଜିନୀ ସାହୁ, ଚିକିଣିଆ ସରପଂଚ ବିଷ୍ଣୁ ଚରଣ ସେଠୀ, ଆଗାମୀ ଓଡ଼ିଶା ସଭାପତି ବିଜୟ କୁମାର ସ୍ୱାଇଁ, ସୁରେଶ ଚନ୍ଦ୍ର ରାଉତ, ଭଗବାନ ବିଶ୍ୱାଳ, ଗୋବିନ୍ଦ ଓଝା, ବିଜନ ମହାପାତ୍ର, ଯଦୁନାଥ ଜେନା, ନିରଞ୍ଜନ ପାତ୍ର, ପ୍ୟାରିମୋହନ ପଟ୍ଟନାୟକ,ବାଲିକୁଦା କଲେଜ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବାରିକ, ଅଧ୍ୟାପକ ଶରତ କୁମାର ରାଉତରାୟ,ନିର୍ମଳେନ୍ଦୁ ସୋମ , ଇଂ ବାବାଜୀ ଜେନା,ପାର୍ଥସଖା ପାଲଟା ସିଂ,ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀଯୁକ୍ତ ଦାସଙ୍କ ବିୟୋଗରେ କନ୍ଧମାଳ ସାଂସଦ ତଥା କିଟ୍,କିସ ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି ।