ଲକ୍ଷ୍ମୀପୁର, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଅନେକ ବିଦ୍ୟାଳୟ ଗୁଡିକ ଏବେ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବାଧା ଉପୁଜୁଛି।କେତେକ ବିଦ୍ୟାଳୟରେ ପାଣି ସମସ୍ୟାତ କେତେକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା, କୋଉଠି ପାଚେରି ନାହିଁତ କୋଉଠି କ୍ଲାସ ରୁମର ସମସ୍ୟା।ଏଇଭଳି କିଛି ନା କିଛି ସମସ୍ୟାରେ ଅନେକ ବିଦ୍ୟାଳୟ ରହି ଛି। ଏହା ବ୍ଲକର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏହିଭଳି ଗୁଡାଏ ସମସ୍ୟା ମଧ୍ୟରେ ପଡି ରହିଛି ଚୁଚୁକଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ସମୁଦାୟ ୧୦୮ ଜଣ ଛାତ୍ର ଛାତ୍ରୀ ଅଧ୍ୟନ କରୁଥିବା ବେଳେ ପ୍ରଥମରେ-୪୦,ଦୁତିୟରେ-୩୩,ତୃତିୟରେ-୧୮,ଚତୁର୍ଥରେ-୭ ଓ ପଞ୍ଚମରେ-୧୦ ଜଣ ଅଛନ୍ତି।ଏତେ ସଂଖ୍ୟକ ପିଲା ୫ଟି ଜାଗାରେ ମାତ୍ର ଦୁଇଟି କ୍ଲାସ ରୁମରେ ବସି ପାଠ ପଢୁଛନ୍ତି। ପ୍ରତ୍ୟେକ ୩୦ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବା କଥା । କିନ୍ତୁ ଏଠି ୧୦୮ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛନ୍ତି ଦୁଇଜଣ ଶିକ୍ଷକ ଓ ଜଣେ ଶିକ୍ଷତ୍ରୀ।ସେଥି ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ । କ୍ଲାସ ରୁମ ଭିତରେ ବ୍ଲାକ୍ ବୋର୍ଡ୍ ନଥିବାରୁ ପାଠ ପଢାଇବାରେ ଅସୁବିଧା ହେଉଛି।ପାନୀୟ ଜଳର କୌଣସି ସୁବିଧା ନଥିବା ବେଳେ,ଶୌଚାଳୟ,ରୋଷେଇଘର ଓ ପାଚେରି ନଥିବାରୁ ସମସ୍ୟା ଦୁଇ ଗୁଣିତ ହୋଇଛି।ଅଫିସ ଗୃହ ନଥିବା ବେଳେ ବିଦ୍ୟାଳୟରେ ବିଜୁଳି ସଂଯୋଗ ହେଇ ପାରିନି।ରୋଷେଇ ଘର ନଥିବାରୁ ଖାଦ୍ୟ ସାମଗ୍ରି ସବୁ ପିଲାଙ୍କ କ୍ଲାସ ରୁମରେ ରଖା ଜାଉଛି।ପାଚେରି ନଥିବାରୁ ପାଠ ପଢା ସମୟରେ ଗାଈ ଗୋରୁ ଭିତରେ ପସୁଛନ୍ତି। ବର୍ଷାଦିନେ ଛାତରୁ ପାଣି ଗଳି କ୍ଲାସ ରୁମରେ ବସିକି ପାଠ ପଢିବାରେ ଅସୁବିଧା ହେଉ ଛି।
ଏହି ଭଳି ଅନେକ ସମସ୍ୟା ଦେଇ ବିଦ୍ୟାଳୟଟି ଗତି କରୁଥିଲେ ମଧ୍ୟ ଶିକ୍ଷା ବିଭାଗର ଦୃଷ୍ଟି ନପଡିବା ଦୁଃଖର ବିସୟ ପାଲଟିଛି।ଏନେଇ ଆମେ ବ୍ଲକ ଶିକ୍ଷା ଅଧିକାରି କୈଳାସ ବେହେରାଙ୍କୁ ପଚାରିବାରୁ ସ୍କୁଲ ପରିଦର୍ଶନରେ ଜାଇ କଣ ସମସ୍ୟା ରହିଛି ଦେଖିବି ଓ ସମସ୍ୟା ସମାଧାନ କରିବା ଦିଗରେ ତୁରନ୍ତ ଦୃଷ୍ଟି ଦିଆଜିବ ବୋଲି କହିଛନ୍ତି।ତଥାପି ଶ୍ରୀଯୁକ୍ତ ବେହେରା କଥା ଦେଇ କଥା ରଖି ନାହାନ୍ତି।ଉକ୍ତ ବିଦ୍ୟାଳୟରେ ବର୍ତମାନ ସୁଧା ତାଙ୍କର ପାଦ ପଡି ନଥିବା ଜଣା ପଡିଛି।ଏହିଥିରୁ ସ୍ପଷ୍ଟ ବାରି ହେଉଛି ବିଦ୍ୟାଳୟ ଗୁଡିକ କଣ ପାଇଁ ସମସ୍ୟା ଦେଇ ଗତି କରୁଛି।ଶିକ୍ଷା ବିଭାଗର ଅପାରଗତା ଏଠି ଜଳ ଜଳ ହୋଇ ଦିସୁଛି। ଯଦି ଏହି ଭଳି ପରିସ୍ଥିତି ଲାଗି ରୁହେ ତେବେ ଛାତ୍ର ଛାତ୍ରୀଙ୍କ ଭିବିଷ୍ୟ ଅନ୍ଧାର ଆଡକୁ ଚାଲିଜିବ ବୋଲି ଅଭି ଭାବକଙ୍କ ମହଲରେ ମତ ପ୍ରକାଶ ପାଇଛି।ଫଳରେ ପିପଳପଦର ପଞ୍ଚାୟତର ସମିତି ସଭ୍ୟ ସିର ପ୍ରାସ୍କା,ଓ୍ଵାଡର୍୍ ସଭ୍ୟ ବାବୁଲା ପ୍ରାସ୍କା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାସ ମିଣିଆକା ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟଟି କେବେ ସମସ୍ୟା ମୁକ୍ତ ହେବ ତାହା ଦେଖିବାକୁ ବାକି ରହିଲା।