Thursday , February 2 2023
Breaking News
Home / ରାଜନୀତି / ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ସାଧାରଣ ପରିଷଦ ବୈଠକ

ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ସାଧାରଣ ପରିଷଦ ବୈଠକ

ଦୁର୍ନୀତିଗ୍ରସ୍ତ, ସମ୍ବିଧାନ ବିରୋଧି, ଦରଦାମ ବୃଦ୍ଧିକାରୀ ସରକାର ତୁରନ୍ତ ହଟାଇବାକୁ ବାମ ଗଣତାନ୍ତ୍ରିକ ବିକଳ୍ପର ଆହ୍ୱାନ
କେନ୍ଦ୍ରାପଡ଼ା,୧୬/୧୨/୨୦୨୨ (ଓଡ଼ିଶା ସମାଚାର)-ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ସି.ପି.ଆଇ.)ର କେନ୍ଦ୍ରାପଡା-ଡେରାବିଶ ଜୋନ କମିଟିର ଏକ ସାଧାରଣ ପରିଷଦ ବୈଠକ ଓ ପାର୍ଟି ମହାଅଧିବେଶନର ରିପୋର୍ଟିଂ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ଠାରେ ସାଥି ପଦ୍ମନାଭ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜୋନ ସମ୍ପାଦକ ସାଥି ସୁବାଶିନୀ ଭଦ୍ର, ମାର୍ଶାଘାଇ – ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ଜିଲ୍ଲା ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, ଜିଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ସାଥି ଅଜୟ କୁମାର ସାମଲ, ରାଜ୍ୟ ସମ୍ପାଦକ ସାଥି ଅଭୟ ସାହୁ ପ୍ରମୁଖ ଯୋଗଦେଇ ଦେଶ ବର୍ତମାନ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଦେଶର ସମ୍ବିଧାନ ଆଦୌ ସୁରକ୍ଷିତ ନୁହେଁ । ଦରଦାମ ବୃଦ୍ଧି ଆକାଶ ଛୁଆଁ । ସରକାରୀ ଉଦ୍ୟୋଗକୁ ବିକ୍ରୀ କରି ଦେଶ ଚଳାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଏକଜୁଟ ହୋଇଛନ୍ତି । ଏହାକୁ ପରାସ୍ତ କରିବାକୁ ଜୋନ ସାଧାରଣ ପରିଷଦ ବୈଠକରେ ନେତୃତ୍ୱମାନେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ସାଥି ଅମୀୟ ନାୟକ, ସାଥି ଶ୍ରୀଚରଣ ସାମଲ, ସାଥି ଉତମ ମଳିକ, ସାଥି ଅକ୍ଷୟ ମଳିକ, ସାଥି କାନ୍ତିପ୍ରଭା ନାୟକ, ସାଥି ସୋହାନା ବେଗମ, ସାଥି ସୀତାକାନ୍ତ ନାୟକ ପ୍ରଭୃତି ଯୋଗଦେଇ ଆଗାମୀ ଜାନୁୟାରୀ ମାସରେ ଜିଲା ସ୍ତରୀୟ ଓ ଫେବୃୟାରୀ ମାସରେ ରାଜ୍ୟ ସ୍ତରୀୟ ସମାବେଶ ପାଇଁ ଡାକରା ଦେଇଥିଲେ ।

Leave a Reply

Your email address will not be published.