ନୟାଗଡ,୧୬/୧୨/୨୦୨୨ (ଓଡ଼ିଶା ସମାଚାର)- ବିଦ୍ୟତୁ ସଂଯୋଗ ମିଳୁନି, ଡିବିରି ଆଲୁଅ ଜଳାଇବା ପାଇଁ କିରାସିନି ମିଳୁନି, କେମିତି ଚଳିବୁ, ସମସ୍ତଙ୍କୁ ଅଭିଯୋଗ କରୁଛୁ, କେତେଦିନ ଏମିତି ଅଭିଯୋଗ କରିବୁ,ଅଭିଯୋଗ କରି ଥକି ପଡିଲୁଣି, ଏ ଭଳି ଦୁଃଖ ଭରା କଣ୍ଠ ରେ ଅଭିଯୋଗ କରିଛନ୍ତି ଦୁଇ ପରିବାର।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ରାଣୀପଡା ଗ୍ରାମରେ ବାସ କରୁଛନ୍ତି ଗୋପାଳ କୃଷ୍ଣ ଜେନା ଓ ପ୍ରଶାନ୍ତ କୁମାର ଜେନା।ଭାରତ ସ୍ବାଧୀନ ହେବାର ୭୫ବର୍ଷ ବିତିଗଲାଣି , ଅଦ୍ୟାବଧି ବିଦ୍ୟୁତ ସେବା ପରି ସର୍ବନିମ୍ନ ମୌଳିକ ଆବଶ୍ୟକତା ରୁ ବଞ୍ଚିତ ହୋଇ ରହିଛନ୍ତି ଏହି ଦୁଇ ପରିବାର ସଦସ୍ୟ। ୧୯୯୨ମସିହାରୁ ରାଣିପଡା ନିକଟରେ ଥିବା ନିଜର ପୈତୃକ ଜାଗାରେ ଦୁଇ ପରିବାର ଛୁଆ ପିଲାମାନଙ୍କୁ ଧରି ରହି ଆସୁଛନ୍ତି । ଖାଲି ସେତିକି ନୁହେଁ ଦୁଇ ପରିବାର ସେଠାରେ ସ୍ଥାୟୀ ପକ୍କାଘର ନିର୍ମାଣ କରି ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସେହି ଘରକୁ ବିଦ୍ୟୁତ୍ ସଂଯୋଗ ନିମନ୍ତେ ବିଦ୍ୟୁତ୍ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ମାନେ ବିଭିନ୍ନ ସମୟରେ ପ୍ରତିଶୃତି ଦେଉଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । କେବେ ଵିଦ୍ୟତୁସଂଯୋଗ ମିଳିବ ଏନେଇ ଦୁଇ ପରିବାର ଚିନ୍ତାରେ।ଏ ସମ୍ପର୍କରେ ନୟାଗଡ଼ ଟିପିସିଓଡିଲ ର ନିର୍ବାହୀଯନ୍ତ୍ରୀ କହିଛନ୍ତି କି ଘଟଣା ସମ୍ପର୍କରେ ମୋ ପାଖରେ ଖବର ନାହିଁ, ବିଦ୍ୟତୁ ସଂଯୋଗ ସମସ୍ତ ଙ୍କୁ ଦିଆଯାଉଛି, ଯଦିମୋତେ ଅଭିଯୋଗ କରିବେ ମୁଁ ସେଥିପ୍ରତି ଦୃଷ୍ଟି ଦେବି।