Friday , February 3 2023
Home / ବିଶେଷ / ନୟାଗଡ ଜିଲ୍ଲାରେ ସୁଦକ୍ଷ ସର୍ବୋଚ୍ଚ ଜିଲା ପ୍ରଶାସନିକ ଅଧିକାରୀ, ଜିଲାପାଳ ରବୀନ୍ଦ୍ରନାଥ ସାହୁ

ନୟାଗଡ ଜିଲ୍ଲାରେ ସୁଦକ୍ଷ ସର୍ବୋଚ୍ଚ ଜିଲା ପ୍ରଶାସନିକ ଅଧିକାରୀ, ଜିଲାପାଳ ରବୀନ୍ଦ୍ରନାଥ ସାହୁ

ନୟାଗଡ, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାରେ ସୁଦକ୍ଷ ସର୍ବୋଚ୍ଚ ଜିଲ୍ଲା ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ଶ୍ରୀଯୁକ୍ତ ସାହୁ ପୂର୍ବରୁ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଦକ୍ଷତାର ସହ କାର୍ୟ୍ୟ ସମ୍ପାଦନ କରିଥିଲେ।ଜିଲାରେ ତାଙ୍କର କାର୍ୟ୍ୟ ବହୁ ଉଚ୍ଚକୋଟୀର ହୋଇଥିଲା। ତେବେ ସେଠାରେ  ଥିବା ବେଳେ ମଧ୍ୟ ସୁଚାରୁ ରୂପେ କାର୍ୟ୍ୟ ସମ୍ପାଦନ କରିଥିଲେ ଓ କିଛି ବର୍ଷ ମଧ୍ୟରେ ନୟାଗଡ଼ ରୁ ଭୁବନେଶ୍ୱର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ କୁ ପ୍ରମୋସନ ପାଇ ବଦଳି ହୋଇଥିଲେ।ସେଠାରେ କିଛିବର୍ଷ କାର୍ୟ୍ୟ ପରେ ପ୍ରମୋସନ ପାଇ ପୁର୍ନବାର ଶ୍ରୀଯୁକ୍ତସାହୁ ନୟାଗଡ଼ ଜିଲ୍ଲା ପ୍ରଶାସନ ମୁଖ୍ୟ, ଜିଲାପାଳ ଭାବେ ଅଦ୍ୟାବଧି କାର୍ୟ୍ୟ କରୁଛନ୍ତି।ତେବେ ନୟାଗଡ଼ ଜିଲାରେ ପୂର୍ବର ଜିଲାପାଳ ଖଣ୍ଡପଡ଼ା ବ୍ଲକରେ ଜନଶୁଣାଣୀ କାର୍ୟ୍ୟରେ ପ୍ରାୟଯୋଗ ଦେଇ ନଥିବା ନଜିର ରହିଥିବା ବେଳେ ବର୍ତ୍ତମାନର ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଜିଲ୍ଲାର ବିଭିନ୍ନ ବ୍ଲକ କୁ ଯାଇ ଜନ ଶୁଣାଣୀ କରି ଲୋକଙ୍କ ବିଭିନ୍ନ ପ୍ରକାର ସହାୟତା ଓ ସମସ୍ୟା ଦିଗରେ ପଦକ୍ଷେପ ନେବା ସହ ତୁରନ୍ତ ସମାଧାନ କରୁଥିବାରୁ ଲୋକ ଖୁସି ହେଉଥିବାର ଜଣା ପଡ଼ିଛି।ସାଧାରଣ ଲୋକ ଟିଏ ତାର ସମସ୍ୟା ସମ୍ପର୍କରେ ବିଡ଼ିଓ ଙ୍କ ପାଖକୁ ଯାଇ ଅଭିଯୋଗ କରି ଥାନ୍ତି।କିନ୍ତୁ ଏହି ଅଭିଯୋଗର କୌଣସି ପ୍ରକାର ସାହାଯ୍ୟ କିମ୍ବା ପଦେକ୍ଷପନେଇ ନଥାନ୍ତି ବିଡ଼ିଓ।ଶେଷରେ ଲୋକଟି ଅପେକ୍ଷା କରି ରହିଥାଏ କେବେ ବ୍ଲକକୁ ଆସିବେ ଜିଲାପାଳ ଓ ମୁଁ ମୋର ସମସ୍ୟା ସମ୍ପର୍କରେ ଅଭିଯୋଗ କରିବି।ଏହି ଆଶା ଓ ବିଶ୍ୱାସ ରହି ଥାଏ ଅଭିଯୋଗ କାରୀ ଲୋକଟି ପାଖରେ।ଶେଷରେ ସେହି ଜନଶୁଣାଣୀ ଦିନ ଆସି ପହଂଚି ଥାଏ।ଏବଂ ଜିଲାପାଳ ଆସି ଯୋଗଦେଇଥାଆନ୍ତି ଜନଶୁଣାଣୀ ରେ।ଲୋକଟି ନିର୍ଭୀକ ଓ ନିସଂକୋଚ ଭାବେ ଦରଖାସ୍ତ ଟିଏ ବଢ଼େଇ ଦେଇ ଥାଏ ଜିଲାପାଳ ଙ୍କ ହାତକୁ।ଏବଂ ଜିଲା ପାଳ ମହୋଦୟ ସେହି ଅଭିଯୋଗ କାରୀ ଲୋକର ସମସ୍ୟା ସମାଧାନ କରିଥାନ୍ତି।ତେବେ ଜିଲ୍ଲାରେ ହେଉ ଥିବା ବିଭିନ୍ନ ବ୍ଲକରେ ଜନଶୁଣାଣୀରେ ବର୍ତ୍ତମାନର ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଉପରେ ପଦେକ୍ଷପ ନେଉଥିବାରୁ ଲୋକମାନେ ଜିଲାପାଳଙ୍କୁ ପ୍ରସଂଶା କରୁ ଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ନୟାଗଡରେ ତାଙ୍କ ଅଫିସ ଚାମ୍ବର ରେ ଥିବାବେଳେ ପ୍ରତ୍ୟକ ଦିନ ଦୁର ଦୁରାନ୍ତୁରୁ ଆସୁଥିବା ଜନସାଧାରଣ ମଧ୍ୟ ଅଭିଯୋଗ କରିବା ପାଇଁ ସୁବିଧା ସୁଯୋଗ ମିଳୁଛି।

Leave a Reply

Your email address will not be published.