ନିଶ୍ଚିନ୍ତକୋଇଲି, ୧୬/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀ ଙ୍କ ଅଧୀନ ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟ ଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ଦ୍ୱାରା ଛତ୍ର ଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ରେ ଏହା ସହାୟକ ହୋଇପାରିବ ବୋଲି କହିଥିଲେ ।
କାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏ ଡି ଓ ସୋନାଲିକା ନାୟକ, ବି ଇ ଓ ଲକ୍ଷହୀରା ଲାବଣ୍ୟବତୀ ବେହେରା, ଜିଲାପରିଷଦ ସଭ୍ୟ ବିଳାସ ଭୋଇ, ସମିତି ସଭ୍ୟ ଵିଶେନ୍ଦୁ ମହାରଣା, ପ୍ରଧାନ ଶିକ୍ଷକ ବଲ୍ଲଭ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଗଦାଧର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମ କୁ ତହସିଲଦାର ଦିଲ୍ଲୀପ କୁମାର ନାୟକ ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳା ରେ ୧୬୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ଶ୍ରେଷ୍ଠ ବିବେଚିତ ୭ ଟି ପ୍ରକଳ୍ପ କୁ ଜିଲ୍ଲା ସ୍ଥର ପାଇଁ ମନୋନୀତ ହୋଇଥିଲା । କାର୍ୟ୍ୟକ୍ରମ ରେ ସମସ୍ତ ସି ଆର ସି ସି, ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା ସମିତି ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।