କେନ୍ଦ୍ରାପଡ଼ା, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)- ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ସଂଘ ପକ୍ଷରୁ କେନ୍ଦ୍ରାପଡା ସହରର ତିନିମୁହାଣୀ ଛକରୁ ଏକ ଶୋଭାଯାତ୍ରା ସାଥି କିରଣ ସିଂ, ଭଗବତୀ ପରିଡା, ମାଳତୀ ବେହେରା, କିଶୋର ସାହୁ, ମମତା ପଣ୍ଡା, ବିଥିକା ସରକାର, ଅହଲ୍ୟା ଦାସ, ସୁଶିଳା ସେଠୀ, ପ୍ରେମଲତା ବିଶ୍ୱାଳ, କାଂଚନ ବାଳା ସ୍ୱାଇଁ, ସୋହାନା ବିବି, ଅକ୍ଷୟ ମଲିକ, ନନ୍ଦିନୀ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ବାହାରି ତୁରନ୍ତ ପାଚିକାମାନଙ୍କର ମାସିକ ଦରମା ୧୪ଶହ ଟଙ୍କାକୁ ବୃଦ୍ଧି କରିବା, ୧୨ମାସର ପାରିଶ୍ରମିକ ଦେବା, ସର୍ବନିମ୍ନ ପେନସନ ପ୍ରଦାନ, ଛଟେଇ ପାଚିକାଙ୍କୁ ନିଯୁକ୍ତି ପ୍ରଦାନ, ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି କରିବା ପ୍ରଭୃତି ସ୍ଳୋଗାନ ଦେଇ ସହର ମଧ୍ୟ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ସାଥି ଦେବାଶିଷ ଘୋଷ ଯୋଗଦେଇ ସରକାର ପାଚିକାମାନଙ୍କ ନାର୍ଯ୍ୟ ଦାବିକୁ ତୁରନ୍ତ ବିଚାର ନକଲେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ରାଜ୍ୟ ବ୍ୟାପି ରୋଷେଇ ବନ୍ଦ କରାଯାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ସଭାରେ ଜିଲା ସମ୍ପାଦିକା ସୌଭାଗିନୀ ପତି, କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାୟକ, ରାଜ୍ୟ ଉପସଭାପତି ରାଜ କିଶୋର ନାୟକ, ରାଜ୍ୟ ନେତା ରମଣୀରଞ୍ଜନ ରାଉତରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସରକାରଙ୍କୁ ଚେତାବନୀ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଳି ବ୍ଲକ ସମ୍ପାଦକ ଲକ୍ଷ୍ମୀପ୍ରିୟା ରାଉତ, କେନ୍ଦ୍ରାପଡା ବ୍ଲକ ସଭାପତି ମଞ୍ଜୁଲତା ସାହୁ, ମାର୍ଶାଘାଇ ବ୍ଲକର ସଭାପତି ଦମୟନ୍ତୀ ସାମଲ, ସମ୍ପାଦିକା ଗୀତାଞ୍ଜଳି ଦାସ, ମହାକାଳପଡା ବ୍ଲକ ସଭାପତି ଶ୍ରାବଣୀ ସାମଲ, ସମ୍ପାଦିକା ଡାଙ୍ଗୀ ସ୍ୱାଇଁ, ଉପସଭାପତି ଝରଣା ବେହେରା, ରାଜନଗର ବ୍ଲକ ସଭାପତି ଲକ୍ଷ୍ମୀପ୍ରିୟା ମଣ୍ଡଳ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଜୟନ୍ତୀ ନାୟକ, ସରସ୍ୱତୀ ସାମଲ, ଏ.ଆଇ.ଟି.ୟୁ.ସି. ରାଜ୍ୟ ନେତା ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ଭଜହରି ପ୍ରଧାନ, ସୀତାକାନ୍ତ ନାୟକ, ଆଶା ସଂଘର ଜିଲା ସମ୍ପାଦିକା କାନ୍ତିପ୍ରଭା ନାୟକ, ଜିଲ୍ଲା ସହସମ୍ପାଦିକା ଭଗବତୀ ନାୟକ, ଗରଦପୁର ବ୍ଲକ ଆବାହକ ବେବିନା ରାଉତ, ଡେରାବିଶ ବ୍ଲକ ଆବାହକ ନୟନା କର, ରାଜକନିକା ବ୍ଲକ ନେତା ଆରତୀ ଦାସ, ଏ.ଆଇ.ଟି.ୟୁ.ସି. ନେତା ଅଜୟ ସାମଲ ପ୍ରମୁଖ ଯୋଗଦେଇ ସରକାର ୧୫ଦଫା ଦାବିକୁ ତୁରନ୍ତ ଗ୍ରହଣ କରିବାକୁ ବକ୍ତବ୍ୟ ରଖିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଓଡିଶା ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Home / ବିଶେଷ / ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ