Thursday , February 2 2023
Breaking News
Home / ବିଶେଷ / ସଂଚୟ ହେଉଛି ଭବିଷ୍ୟତର ସୁଃଖର ଦୁଃଖର ସାଥି

ସଂଚୟ ହେଉଛି ଭବିଷ୍ୟତର ସୁଃଖର ଦୁଃଖର ସାଥି

ନରଣଗଡରେ ଗ୍ରାମୀଣ ଡାକମେଳା

 ନିରାକାରପୁର,୧୫/୧୨/୨୦୨୨ (ଓଡ଼ିଶା ସମାଚାର)- ଡାକ ସେବାର ବିକଳ୍ପ ନାହିଁ ।୧୭୮୪ ମସିହାରେ ଡେଲାହାଉସୁଙ୍କ ସମୟରେ ଡାକସେବାର ପରିକଳ୍ପନା କରାଯାଇ କାର୍ଯ୍ୟକାରୀ କରାଯାଇଥିଲା । ବର୍ତମାନ ଡାକ ସେବାର ମାନ ବଦଳି ଗଲାଣି ।ପୂର୍ବଭଳି ଡାକ ଘରକୁ ଲୋକମାନେ ଆପଣାଇ ନେଲେଣି ।ବ୍ୟାଙ୍କ ସେବାଠାରୁ  ଦୁଇଗୁଣ ସେବା ଡାକ ଘର ମାଧ୍ୟମରେ ପ୍ରଦାନ କରାଯାଇଉଛି । ଅସ୍ୱାଭାବିକ ଭାବେ ଉଚ୍ଚ ସୁଧହାର ପ୍ରଦାନ ପ୍ରତିଶ୍ରୁତି ତଥା ଖୁବ୍  କମିଶନରେ ମୂଳଜମା ଦୁଇଗୁଣ ହୋଇଯିବାର ପ୍ରଲୋଭନ ଠକାମିର ପ୍ରଥମ ଲକ୍ଷଣ । କୌଣସି ଅଣସ୍ୱୀକୃତପ୍ରାପ୍ତ  ସଂସ୍ଥା  କିମ୍ବା ବ୍ୟକ୍ତିଙ୍କ ମାଧ୍ୟମରେ ଅର୍ଥ ନିବେଶ କରି ସଂଚୟ ଉପରେ ଅତ୍ୟଧିକ ସୁଧହାର ପ୍ରଦାନ କିମ୍ବା ଅତିକମ୍ ସୁଧହାରରେ ଋଣ ପ୍ରଦାନ କରୁଥିବା ସଂସ୍ଥା ଠାରୁ ଦୂରେଇ ରହିବା ସହିତ କେବଳ ଡାକଘର ଓ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ  ପ୍ରତିଷ୍ଠାନରେ ନିଜର ଅର୍ଥ ସଚଂୟ କରିବାକୁ ଗ୍ରାମିଣ ଡାକ ମେଳରେମୁଖ୍ୟ ଅତିଥି ଭାବେ ବରିଷ୍ଠ ଡାକ ଅଧୀକ୍ଷକ ଭୁବନେଶ୍ୱର ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ନରଣଗଡ ଉପଡାକଘର ଶାଖାପରିଚାଳକ ଭାସ୍କର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମୀଣ ଡାକମେଳାରେ ମୁଖ୍ୟ ବକ୍ତା ଭାବେ ସହକାରୀ ଡାକ ଅଧୀକ୍ଷକ ଖୋର୍ଦ୍ଧା  ପୀତବାସ ଜେନା,ସମ୍ମାନିତ ଅତିଥି ଭାବେ ଡାକ ଜୀବନ ବୀମାର ଡିଓ ପ୍ରଭାକର ଶତପଥୀ,ଅନ୍ୟତମ ଅତିଥି ଭାବେ  କବି ପ୍ରସନ୍ନ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ,ଅବସରପ୍ରାପ୍ତ ଶିକ୍ଷକ ଭାଗୀରଥି ପଟ୍ଟନାୟକ,ଶିକ୍ଷାବିତ୍ ଶଶିକାନ୍ତ  ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ନରଣଗଡର ବରିଷ୍ଠ ନାଗରିକ ସଂଘ ତରଫରୁ  ନରଣଗଡ ଶାଖା ପରିଚାଳକ ଭାସ୍କର ଚନ୍ଦ୍ରଙ୍କ ବ୍ୟବହାର ତଥା ତାଙ୍କ କାର୍ଯ୍ୟ ଦକ୍ଷତା କୁ ସମ୍ମାନ ଜଣାଇ ମାନପତ୍ର  ଉପେଢୌକନ ଦେଇ ସମ୍ମାନୀତ କରିଥିଲେ ।ଡାକଘରର ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ  କରାଯାଇଥିଲା ।ଡାକଘର ପ୍ରତି ଅବଦାନ ଥିବା ବ୍ୟକ୍ତି ବିଶେଷ ମିନାକ୍ଷୀ କୋଦମସିଂହ,ଶ୍ରୀମତୀ ବେହେରା,ସୀତା ସାହୁ,ବାଲି ନନ୍ଦ,ବିଦୁ୍ୟଲତା ସାହୁ,ପ୍ରସନ୍ନ ପାଲ,ପଦ୍ମନାଭ ହରିଚନ୍ଦନ,ବିରବର ଜେନା,ଭାଗୀରଥୀ ପଟ୍ଟନାୟକ,ଧୂଜା ଛୋଟରାୟଙ୍କୁ  ସମ୍ମାନିତ କରାଯାଇଥିଲା ।ଡାକପାଳ କଣ୍ଡୁରୀ ବେହେରା,ମିଲନ କୁମାର ସାହୁ,ଅର୍ଜୁନ ସେଠୀ,ବିପିନ ମହାଭୋଇ,ସୁବ୍ରତ କୁମାର ସାହୁ,ସ୍ୱାଭିମାନ ମହାପାତ୍ର,ସୂର୍ଯ୍ୟରଞ୍ଜନ ଦେବତା ଶୁଭସ୍ମିତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା  କରିଥିଲେ ।

Leave a Reply

Your email address will not be published.