Friday , February 3 2023
Home / ବିଶେଷ / ଶ୍ରୀବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପକୁ ଶ୍ରୀଜୀୟୁଙ୍କ ଦେବୋତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ପାଇଁ ପୂର୍ତ ବିଭାଗ ନିର୍ଦେଶ ଦେଲା

ଶ୍ରୀବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପକୁ ଶ୍ରୀଜୀୟୁଙ୍କ ଦେବୋତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ପାଇଁ ପୂର୍ତ ବିଭାଗ ନିର୍ଦେଶ ଦେଲା

କେନ୍ଦ୍ରାପଡ଼ା, ୧୫/୧୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଇଛାପୁରସ୍ଥିତ  ଶ୍ରୀବଳଦେବଜୀୟୁଙ୍କର ସାନ୍ତସାହି ଠାରେ ନିର୍ମିତ କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯିବାକୁ ରାଜ୍ୟ ଦେବୋତର ବିଭାଗର ଡେପୁଟୀ କମିଶନରଙ୍କ ଛାଟ ବାଜିବା ପରେ  କେନ୍ଦ୍ରାପଡା ପୂର୍ତ ବିଭାଗ ନିର୍ଦେଶ ଦେଇଛନ୍ତିି । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଜୀୟୁଙ୍କ ସ୍ଥିତିବାନ ଜମି ଉପରେ କେନ୍ଦ୍ରାପଡା ସହରର ସାନ୍ତସାହି ଠାରେ ନିର୍ମିତ ଶ୍ରୀବଳଦେବଜୀୟୁଙ୍କ କଲ୍ୟାଣ ମଣ୍ଡପକୁ ଜିଲା ପ୍ରଶାସନ କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ପୌର ପରିଷଦକୁ ହସ୍ତାନ୍ତର କରିଦେବାକୁ ନିର୍ଦେଶ ଦେଇଥିଲା । ଏଭଳି ଘଟଣାକୁ ନେଇ ସେତେବେଳେ ଶ୍ରୀଜୀୟୁଙ୍କ ସେବାୟତ, ଟ୍ରଷ୍ଟବୋର୍ଡ ସଦସ୍ୟ, ବଳଦେବ ସେନା ଓ ଶ୍ରୀଜୀୟୁଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲା ପ୍ରସାଶନର ଏଭଳି ବେଆଇନ ନିର୍ଦେଶ ବିରୁଦ୍ଧରେ ରାଜ୍ୟ ଦେବୋତର ବିଭାଗ ସମେତ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏସବୁ ଘଟଣା ସମ୍ପର୍କରେ ରାଜ୍ୟ ଦେବୋତର ବିଭାଗ ଅବଗତ ହେବା ପରେ କେନ୍ଦ୍ରାପଡା ପୂର୍ତ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଏଭଳି ବେଆଇନ ଓ ଆଇନ ବିରୋଧୀ କାର୍ଯ୍ୟ ନକରିବାକୁ ନିର୍ଦେଶ ଦେବା ସହିତ ଶ୍ରୀଜୀୟୁଙ୍କ କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରିବାକୁ ପତ୍ର ସଂଖ୍ୟା -୧୦୨୫୬ ତା ୯.୧୨.୨୦୨୨ରିଖରେ ଦେବୋତର ବିଭାଗର ଡେପୁଟୀ କମିଶନର ନିର୍ଦେଶ ଦେଇଥିଲେ । ସେହି ଅନୁଯାୟୀ କେନ୍ଦ୍ରାପଡା ପୂର୍ତ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀବଳଦେବଜୀୟୁ ଦେବୋତର ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା – ୧୬୭୯ ତା ୧୪.୧୨.୨୦୨୨ରିଖରେ ଏକ ପତ୍ର ଲେଖି ସଂପୃକ୍ତ କଲ୍ୟାଣ ମଣ୍ଡପକୁ ଗ୍ରହଣ କରିବାକୁ କହିଛନ୍ତି ।

Leave a Reply

Your email address will not be published.