Thursday , February 2 2023
Breaking News
Home / ବିଶେଷ / ରାଜ୍ୟସ୍ତରୀୟ ଉତ୍ସବରେ ଶିକ୍ଷୟିତ୍ରୀ ଓ ଛାତ୍ର ପୁରସ୍କୃତ

ରାଜ୍ୟସ୍ତରୀୟ ଉତ୍ସବରେ ଶିକ୍ଷୟିତ୍ରୀ ଓ ଛାତ୍ର ପୁରସ୍କୃତ

ଯାଜପୁର, ୧୫/୧୨/୨୦୨୨ ( ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଆନୁକୁଲ୍ୟରେ ଆୟୋଜିତ ଓ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ଅନ୍ତର୍ଗତ ପରିବେଶ ଶିକ୍ଷା କେନ୍ଦ୍ର ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ ଶକ୍ତି ସଂଗ୍ରକ୍ଷଣ ପ୍ରତିଯୋଗିତା ୨୦୨୨-୨୩ ରେ ସଫଳତା ଲାଭକରି ଯାଜପୁର ଜିଲ୍ଲାସ୍କୁଲର ଶିକ୍ଷୟିତ୍ରୀ ଓ ଛାତ୍ର ଭୁବନେଶ୍ୱରର ଲୋକସେବା ଭବନର ସଭାଗୃହରେ ଗତ ୧୪ ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଉକ୍ତ ବିଦ୍ୟାଳୟରେ ପରିଚାଳିତ ଏନର୍ଜି କ୍ଲବର ଦାୟୀତ୍ୱରେ ଥିବା ଶିକ୍ଷୟିତ୍ରୀ କ୍ଷୀରୋଦମୟୀ ପତି କ୍ଲବର ସଫଳ କାହାଣୀ ରଚନା କରି ସଫଳତା ଲାଭ କରିଥିବା ବେଳେ ସପ୍ତମ ଶ୍ରେଣୀର ଛାତ୍ର ସୁବୋଧନାରାୟଣ ପଣ୍ଡା ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଗୁର୍ତ୍ମକ ଚିତ୍ରାଙ୍କନ ପାଇଁ ଜାତୀୟ ଶକ୍ତି ସଂଗ୍ରକ୍ଷଣ ସପ୍ତାହର ଉଦଘାଟନୀ ଦିବସରେ ପୁରସ୍କାର ଓ ପ୍ରମାଣପତ୍ର ଲାଭ କରିଛନ୍ତି । ଏହି ଉତ୍ସବରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ମୁଖ୍ୟ ଅତିଥି, ସରକାରଙ୍କ ବିଦୁ୍ୟତ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ. ସୁରେଶ ଚନ୍ଦ୍ର ମହାରଣା, ପରିବେଶ ଶିକ୍ଷା କେନ୍ଦ୍ରର ନିର୍ଦ୍ଧେଶ ଡଃ କେ. ମୁରୁଗେସନ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଆଲୋକ କୁମାର ବନ୍ଧ ଏବଂ ସହକର୍ମୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published.