Thursday , February 2 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବିଦୁ୍ୟତ ଖୁଂଟରେ ପିଟି ହୋଇ ବାଇକ ଚାଳକର ମୃତୁ୍ୟ

ବିଦୁ୍ୟତ ଖୁଂଟରେ ପିଟି ହୋଇ ବାଇକ ଚାଳକର ମୃତୁ୍ୟ

କେନ୍ଦ୍ରାପଡ଼ା, ୧୫/୧୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡମଙ୍ଗଳା ଛକରେ ଗୁରୁବାର ସକାଳେ ଜଣେ ବାଇକ ଚାଳକ ଇଛାପୁରରୁ ଘରକୁ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇବାରୁ ଏକ ବିଦୁ୍ୟତ ଖୁଂଟରେ ପିଟି ହୋଇଯାଇଥିଲେ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ବାଇକ ଚାଳକ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ଗୋଡଗୋପ ରସୁଲାବାଗର ସେକ ଇବ୍ରାହିମଙ୍କ ପୁଅ ସେକ ଇସାକ(୨୦) । ଟାଉନ ଥାନା ପୋଲିସ ଶବ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ଥାନାଧିକାରୀ ତପନ କୁମାର ନାୟକ କହିଛନ୍ତି ।

Leave a Reply

Your email address will not be published.