Thursday , February 2 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ନୂଆ ବଜାର ବଣିକ ସଂଘର ବସନ୍ତ ମିଳନ ଓ ନୂତନ କର୍ମକର୍ତା ଚୟନ

ନୂଆ ବଜାର ବଣିକ ସଂଘର ବସନ୍ତ ମିଳନ ଓ ନୂତନ କର୍ମକର୍ତା ଚୟନ

ଦୁଷ୍ମନ୍ତ ପୃଷ୍ଟି ସଭାପତି , ବସନ୍ତ ପୋଥାଳ ସଂପାଦକ

ଭୁବନ ୧୫/୧୨/୨୦୨୨ ( ଓଡ଼ିଶା ସମାଚାର)-ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ , ନୂଆ ବଜାର ଭୁବନ ତରଫରୁ ନୀଳକଣ୍ଠପୁରସ୍ଥ ଉଦ୍ୟାନ ବିଭାଗ ଫାର୍ମ ଠାରେ (୫୭ ତମ ବାର୍ଷିକ ଉତ୍ସବ) ବସନ୍ତ ମିଳନ ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ।

ଦୁଷ୍ମନ୍ତ ପୃଷ୍ଟି ସଭାପତି

ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେସଂପାଦକ  ଭବାନୀ ଶଙ୍କର ବେହେରା ଗତ ବର୍ଷ (୨୦୨୧-୨୨) ଲକ୍ଷ୍ମୀପୂଜା, ମାଣବସା ଗୁରୁବାର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ପରେ ପୁରୁଣା କମିଟିକୁ ଭଙ୍ଗ କରାଯାଇ ନୂତନ କମିଟି ଚୟନ କରାଯାଇଥିଲା ।

ବସନ୍ତ ପୋଥାଳ ସଂପାଦକ

ଶତାଧିକ ବ୍ୟବସାୟୀ ଭାଇ ଙ୍କ ଉପସ୍ଥିତିରେ ଚଳିତ ବର୍ଷ ସକାଶେ ଦୁଷ୍ମନ୍ତ କୁମାର ପୃଷ୍ଟି ( ସଭାପତି) , ବସନ୍ତ କୁମାର ପୋଥାଳ (ସଂପାଦକ) , ସରୋଜ କୁମାର ବିହାରୀ , ମନମୋହନ ସାହୁ (ଉପସଭାପତି ) ,ସୁରେଶ ଚନ୍ଦ୍ର ପୃଷ୍ଟି , ଦିଲ୍ଲୀପ କୁମାର ବେହେରା (ଯୁଗ୍ମ ସଂପାଦକ) ଓ ନରେନ୍ଦ୍ର କୁମାର ବେହେରା (ନୁରୀ) ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ନୂତନ କର୍ମକର୍ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଦୁଷ୍ମନ୍ତ କୁମାର ପୃଷ୍ଟି ନବମ ଥର ପାଇଁ ସଭାପତି ହୋଇଥିବାରୁ ଶ୍ରୀ ପୃଷ୍ଟି ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି ।

Leave a Reply

Your email address will not be published.