ଲକ୍ଷ୍ମୀପୁର, ୧୫/୧୨/୨୦୨୨ ( ଓଡ଼ିଶା ସମାଚାର)-ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ଜଣେ ୧୬ବର୍ଷୀୟା ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଲକ୍ଷ୍ମୀପୁର ପୋଲିସ ର ସୂଚନା ମୁତାବକ ଲକ୍ଷ୍ମୀପୁର ହାଇସ୍କୁଲ ପଛପାଖ ସାହିର ବାସିନ୍ଦା ସତ୍ୟ ରଞ୍ଜନ ଢାଲି ଙ୍କ ୧୬ ବର୍ଷୀୟା ନାବାଳିକା ଘରେ ପରିବାର ସହ ରହୁଥିଲେ।୩ଦିନ ତଳେ ହଠାତ୍ ସେ ଘରେ ନଥିବା ଜାଣିବା ପରେ ଖୋଜାଖୋଜି କରିବା ସହ ସମ୍ପର୍କୀୟ ମାନଙ୍କ ଘରେ କାଳେ ଯାଇଥିବ ଭାବି ଫୋନ ରେ ଯୋଗାଯୋଗ କରିଥିଲେ।ସମ୍ପର୍କୀୟ ମାନଙ୍କ ଘରେ ଯାଇନଥିବା ଜାଣିବା ପରେ ଲକ୍ଷ୍ମୀପୁର ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ଲକ୍ଷ୍ମୀପୁର ପୋଲିସ ଥାନା କେସ ନମ୍ବର ୪୬ /୨୦୨୨ ଦଫା ୩୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଥାନାରେ ସୂଚନା ଦିଆଯାଇଥିବା ଏସଆଇ ମାନସ ପ୍ରଧାନ ପ୍ରକାଶ କରିଛନ୍ତି।ନାବାଳିକା ଝିଅ ନିଖୋଜ ହୋଇଥିବା ଘଟଣା କୁ ଆଇଆଇସି ଶ୍ବେତପଦ୍ମା ସେଠ୍ ନିଯେ ତଦନ୍ତ ଦାୟିତ୍ବ ନେଇଥିବା ବେଳେ ଏକ ଅପହରଣ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଛନ୍ତି।ମାଳକାନଗିରି ରୁ ଆସି ସତ୍ୟରଞ୍ଜନ ଏଠାରେ ମେସ୍ତ୍ରୀ ଭାବେ କାମ କରି ପରିବାର ଭରଣ ପୋଷଣ କରୁଥିବା ବେଳେ ଝିଅ ନିଖୋଜ କୁ ନେଇ ମାନସିକ ଚାପରେ ରହିଥିବା ପ୍ରକାଶ କରିଛନ୍ତି।