Friday , February 3 2023
Home / ବିଶେଷ / ଜଳବାୟୁ ପରିବର୍ତନକୁ ରୋକାନଗଲେ ପୃଥିବୀ ଧ୍ୱଂଶ ପାଇବ – ବିଶ୍ୱଭୁଷଣ ହରିଚନ୍ଦନ

ଜଳବାୟୁ ପରିବର୍ତନକୁ ରୋକାନଗଲେ ପୃଥିବୀ ଧ୍ୱଂଶ ପାଇବ – ବିଶ୍ୱଭୁଷଣ ହରିଚନ୍ଦନ

ଭୁବନେଶ୍ୱର, ୧୫/୧୨/୨୦୨୨ (ଓଡ଼ିଶା ସମାଚାର)-ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର “ଜଳବାୟୁ ପରିବର୍ତନ ଓ ମାନବ ଅଧିକାର” ଶିର୍ଷକ ଏକ ଜାତୟ କର୍ମଶାଳାରେ ଯୋଗଦେଇ ଆନ୍ଧ୍ର ପ୍ରଦେଶ ର ରାଜ୍ୟପାଳ  ଶ୍ରୀଯୁକ୍ତ ବିଶ୍ୱଭୁଷଣ ହରିଚନ୍ଦନ କହିଛନ୍ତି । ମିଳିତ ଜାତିସଂଘର ବାରମ୍ବାର ତାଗିଦ ସତ୍ୱେ ବିକଶିତ ରାଷ୍ଟ୍ରଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନକୁ କମାଉନାହାନ୍ତି । ଯାହା ଫଳରେ ଦୁର୍ଭିକ୍ଷ, ମହାମାରୀ ,ଝଡ଼ବାତ୍ୟା ଆଦି ସମସ୍ୟା ଉଦବେଗ ଜନକ ସ୍ଥିତିରେ ପହଂଚିଛି ।ଏହି ପରିପ୍ରେକ୍ଷିରେ  ଜି-୨୦ ର ନେତୃତ୍ୱ ନେଇ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏକ କୃଥିବୀ, ଏକ ପରିବାର , ଏକ ଭବିଷ୍ୟତର ଆହ୍ୱାନ ଦେଇଛନ୍ତି । ସଭାରେ ଅଧ୍ୟକ୍ଷତା କରି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ଅଭିନ୍ନ ହୋତା ଏକ ସୁସ୍ଥ ପରିବେଶ ପାଇଁ ଜୀବନ ଶୈଳି ପରିବର୍ତନ ଉପରେ ଆଲୋକପାତ କରିଥିଲେ । ହଳଦିଆ ଏନର୍ଜି ଉପାଧ୍ୟକ୍ଷା ଶ୍ରୀ ସୋମନାଥ ଦତ ସ୍ୱଛ ଶକ୍ତି ଓ ସବୁଜ ଶକ୍ତି ଉପରେ ଆଲୋକପାତ କରିଥିଲେ । ଏସଏନଏମ ଗୃପ୍ ର ମ୍ୟାନେଜିଙ୍ଗ ଡ଼ିରେକ୍ଟର ଡ଼ ପ୍ରବୋଧ ମହାନ୍ତି ପ୍ରଦୁଷଣ ରୋକିବା ପାଇଁ ଟେକନୋଲୋଜି ର ଉପଯୋଗ ଉପରେ ଜୋର ଦେଇଥିଲେ । ହାଇଦ୍ରାବାଦ ର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡ଼ ସଂଜୀବ ବେହେରାଙ୍କୁ “ଆଜାଦି କା ଅମୃତ ମହୋତ୍ସବ” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଡ଼ ମନିଷା ଦାସ, ଡ଼ ମଙ୍ଗଳା ପ୍ରସାଦ ମହାନ୍ତି ,ଡ଼ ପ୍ରଫୁଲ ଧଳ ଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ୍ ,ଡ଼ ଅନୁଉଲା, ସସ୍ମିତା ମହାପାତ୍ର,ଲୀନୁ ମିଶ୍ରଙ୍କୁ ମଦର ଟେରେସା ମାନବବାଦୀ ସମ୍ମାନ  ପ୍ରଦାନ କରାଯାଇଥିଲା ।

        ଏହି ସଭାରେ  ଡ଼ ବିପିନ୍ ମିଶ୍ର,ମାନସ ଦାସ,ରଶ୍ମିକାନ୍ତ ସ୍ୱାଇଁ, ସରୋଜ ସିଂହ, ଡ଼ ଆଲୋକ ଜେନା ,

ରାମଚନ୍ଦ୍ର ରାଉତରାୟ,ତାପସ ଦାସ,ଦିଲିପ ବିଶ୍ୱାଳ,ମମତା ଦାସ,ପଙ୍କଜ ଉଲା ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୩ ରେ ପୃଥିବୀ ଦିବସ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ।

Leave a Reply

Your email address will not be published.