କେନ୍ଦ୍ରାପଡ଼ା, ୧୫/୧୨/୨୦୨୨ (ଓଡ଼ିଶା ସମାଚାର)-ଅବସରପ୍ରାପ୍ତ ସେନା ଶିକ୍ଷା ଅଧିକାରୀ ସୁବେଦାର ମେଜର ଭରତ ଚନ୍ଦ୍ର ଜେନାଙ୍କ ତୃତୀୟ ପୁସ୍ତକ “ତଟବାଲି” ଚତୁର୍ଥ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ରେ ଉନ୍ମୋଚିତ ହୋଇଯାଇଛି । ବନଫୁଲ ପ୍ରକାଶନ ଆନୁକୂଲ୍ୟରେ ପ୍ରକାଶିତ କବିତା ସଙ୍କଳନରେ ୭୨ଟି କବିତା ସମାହିତ ହୋଇଛି । ଏହି ମହୋତ୍ସବରେ ବନଫୁଲ ପୁସ୍ତକ ଉନ୍ମୋଚନ ଓ ବହିିି ସମ୍ମାନ ପ୍ରଦାନ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦେଶକ ପ୍ରଫେସର ଡଃ. ବସନ୍ତ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ଅସିତ କୁମାର ମହାନ୍ତି, ସମ୍ମାନୀତ ଅତିଥି ପ୍ରାବନ୍ଧିକ ଡଃ. ବେଣୁଧର ପାଢୀ ଓ ବିଶିଷ୍ଟ କବୟିତ୍ରୀ ମମତା ଦାଶ ଯୋଗଦେଇ ମେଜର ଭରତ ଚନ୍ଦ୍ର ଜେନାଙ୍କୁ ବନଫୁଲ ବହି ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସଭାରେ ଗାଳ୍ପିକ ରବି ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଜାହ୍ନବୀ ଚୈାଧୁରୀ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନଫୁଲର ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକ, ଡଃ. ରତ୍ନାକର ମଲ୍ଲିକ, ଡଃ. ନିର୍ମଳା କୁମାରୀ ମହାପାତ୍ର, ଅମର ପ୍ରସାଦ ରାଉତ, ଆଦିକନ୍ଦ ରାଉଳ, ଅଧର କୁମାର ଜେନା, ମିନାକ୍ଷୀ ଦାସ, ସସ୍ମିତା ସ୍ୱାଇଁ, ବିଜୟଲକ୍ଷ୍ମୀ ପ୍ରଧାନ, ମଧୁସ୍ମିତା ପ୍ରଧାନ, ଗୋଲଖ ସେଠୀ, ନିରଞ୍ଜନ ନାୟକ, ରାଖାଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜାହ୍ନବୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।