ମାହାଙ୍ଗା, ୧୫/୧୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)-କଟକ ଜିଲ୍ଲା ମାହାଙ୍ଗା ଥାନା ଅରିଲୋ ଗ୍ରାମର ଜଣାଶୁଣା ସମାଜସେବୀ ତଥା ପ୍ରାକ୍ତନ ପୋଲିସ ଅଧିକାରୀ ଅଶୋକ ବାରିକଙ୍କ ହୃଦଘାତରେ ପରଲୋକ ଘଟିଛି । ଶ୍ରୀ ବାରିକ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ବେଶ ପରିଚିତ ଥିଲେ । କଳା-ସାହିତ୍ୟ -ସଂସ୍କୃତିର ପ୍ରଚାର ପ୍ରସାର ସହିତ ବିଭିନ୍ନ ସାମାଜିକ କାର୍ୟ୍ୟରେ ସେ ନିଜକୁ ସାମିଲ କରିଥିଲେ । ବୁଧବାର ବିଳମ୍ବିତ ରାତିରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ଦୈବିକ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ବ୍ୟକ୍ତ କରିବାସହ ସ୍ବର୍ଗତ ବାରିକଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଏହି ବିପଦ ସମୟରେ ସମବେଦନା ଜଣାଇଛନ୍ତି । ସେହିପରି ବିଜେପି ନେତା ସାରଦା ପ୍ରଧାନ ସ୍ବର୍ଗତ ବାରିକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଦୀପା ମଲ୍ଲିକ, ଭାଇସ ଚେୟାରମ୍ୟାନ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଥିବାବେଳେ,କୁଣ୍ଡି ସେବାସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି, ଶିକ୍ଷାବିତ ବଟ କିଶୋର ପଣ୍ଡା, ରତ୍ନାକର ମହାନ୍ତି, ଅଲେଖ ଦାସ,କବି ବିଶ୍ୱେଶ୍ୱର ମହାନ୍ତି,ସାହାପୁର ସରପଞ୍ଚ ସାରଦା ପ୍ରସାଦ ମହାନ୍ତି,ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା,ପୂର୍ବତନ ସରପଞ୍ଚ ସୁବାଷ ବେହେରା,କବି ପ୍ରଶାନ୍ତ କର,ପନଂଗ ଭୂଷଣ ଦାସ,ରଞ୍ଜନ ବଳବନ୍ତରାୟ, ମାଗୁଣି ସାମଲ, ସୁଶାନ୍ତ ଦାସ,ସୁଧାଂଶୁ ପାଣି,ହେମନ୍ତ ପ୍ରଧାନ,ଉପେନ୍ଦ୍ର ନାଥ ରଣା,ସମାଜସେବୀ ଶଶିଭୂଷଣ ମହାନ୍ତି,ପଣ୍ଡିତ ଦିବ୍ୟ ସୁନ୍ଦର ଆଚାର୍ୟ୍ୟ,ପ୍ରଶାନ୍ତ ମହାନ୍ତି,କାହ୍ନୁ ଚରଣ ସାହୁ,ରବୀନ୍ଦ୍ର ପୃଷ୍ଟି,ଗଣେଶ ବିହାରୀ, ପ୍ରଭାକର ଦାସ,ଶିଶିର ଆଚାର୍ୟ୍ୟ ପ୍ରମୁଖ ସ୍ବର୍ଗତ ବାରିକଙ୍କ ଅନ୍ତିମ ଦର୍ଶନକରି ତା’ଙ୍କ ଶବାଧାରରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଗ୍ରାମ ସ୍ମଶାନରେ ସ୍ବର୍ଗତ ବାରିକଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ, ବଡପୁଅ ଅଭିଷେକ ବାରିକ,ମୁଖାଗ୍ନି ଦେଇଥିଲେ ।