ଲକ୍ଷ୍ମୀପୁର. ୧୪/୧୨/୨୦୨୨ ( ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତର ବାରିଗାଁ ଆଶ୍ରମ ବିଦ୍ୟାଳୟ ଠାରେ ପାନୀୟ ଜଳର ବଡ ସମସ୍ୟା ଦେଖା ଦେଇଛି।ସେଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଜାଏଁ ୨୪୩ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସହେ ଜଣ ଛାତ୍ରୀ ଓ ଚାଳିଷି ଜଣ ଛାତ୍ର ଆଶ୍ରମରେ ରହି ପାଠ ପଢୁଥିବା ବେଳେ ୧୦୩ ଜଣ ଛାତ୍ର ଛାତ୍ରୀ ଡେ-ସ୍କଲାର ଭାବେ ପାଠ ପଢୁଛନ୍ତି।ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କ ପାଇଁ ମାତ୍ର ଛଅଟି କ୍ଲାସ ରୁମ୍ ରହିଛି।ବିଦ୍ୟାଳୟରେ ଆବଶ୍ୟକ ପରିମାଣର ଶିକ୍ଷକ ଶିକ୍ଷତ୍ରୀ ନିୟୋଜିତ ଅଛନ୍ତି।
ଷ୍ଟୋର ରୁମର ସୁବିଧା ନଥିବାରୁ ପାଠ ପଢା ଯାଉଥିବା ଛଅଟି ରୁମ ମଧ୍ୟରୁ କେତକ ରୁମରେ ଖାଦ୍ୟ ଜିନିଷ ପତ୍ର ଗୁଡିକୁ ରଖା ଯାଉଥିବାରୁ ପାଠ ପଢାରେ ସମସ୍ୟା ଉପୁଜୁଛି।ବିଜୁଳି କାଟ୍ ଏଠି ସବୁଠୁ ବଡ ସମସ୍ୟା ରୁପେ ଛିଡା ହୋଇଛି।ରାଜ୍ୟ ସରକାର ଗରିବ ଆଦିବାସୀ ପାଲାଙ୍କ ପାଇଁ ମନ ଇଛା ସ୍ଥାନରେ ଆଶ୍ରମ ବିଦ୍ୟାଳୟ ଗୁଡିକ ଖୋଲି ଦେଲେ ହେଲେ ଦିନକ ପାଇଁ ସେମାନଙ୍କ ସମସ୍ୟା ଉପରେ କେହିବି ଦୃଷ୍ଟି ଦେଇନାହାନ୍ତି।ଥରେ ବିଜୁଳି ଚାଲି ଗଲେ କଥା ସଇଲା । କେତେବେଳେ ଆସିବ, କେବେ ଆସିବ ତାହା କହିବା ମୁସ୍କିଲ୍।ଏକଦା ପାହାଡ ତଳେ ଥିବା ଏହି ଆଶ୍ରମ ବିଦ୍ୟାଳୟଟିର ପାଚେରି ମଧ୍ୟ ଭାଙ୍ଗି ତୁଟି ଗଲାଣି।ଅନ୍ଧାର ହେଲେ ଜଙ୍ଗଲ ଜନ୍ତୁଙ୍କ ଭୟ ମଧ୍ୟ ରହୁଛି।କୁନି କୁନି ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଉପୁଜୁଛି।ବିଦ୍ୟାଳୟ ପରିସର ମଧ୍ୟରେ ସେମିତି କିଛି ଆଲୋକ ସଜା ହେଇନି।ସେଠାରେ ସନ୍ଧ୍ୟା ହେଲେ ଅନ୍ଧାର ରାଜୁତି କରୁଛି।ବିଜୁଳି ଫେଲ କାରଣରୁ ମଟର ଚାଲୁନି।ଫଳରେ ପାଣିର ସମସ୍ୟା ଦେଖା ଦେଉଛି ବୋଲି ତୈଳ ମାଣ୍ଡିଙ୍ଗା,ସବା ମାଣ୍ଡିଙ୍ଗା,ରାତୁ ମାଣ୍ଡିଙ୍ଗା,ବେଣୁ ମାଣ୍ଡିଙ୍ଗା,ସାଲୁ ମିଣିଆକା,ଚିନ୍ତା ମଣି ମିଣିଆକା,ଲମ୍ବୁ ମିଣିଆକା,ଡମ୍ବରୁ ମିଣିଆକା,ନାୟକ ମାଣ୍ଡିଙ୍ଗା,ସମ୍ବରୁ ମିଣିଆକା,ପାତ୍ର ମିଣିଆକା,ବଗି ମିଣିଆକା,ଜେଟୁ ମିଣିଆକା,ସୁବାସ ମିଣିଆକା,ବେର୍କୁ ମିଣିଆକା,ଲାଠି ମିଣିଆକା,ଶିବ ମିଣିଆକା,ଭଳି ଅନେକ ଗ୍ରାମବାସି ଓ ଅଭିଭାବକ ମାନେ କହିଛନ୍ତି।
ନିଜର ନିତ୍ୟ କର୍ମ ସାରିବକୁ ଛାତ୍ର ଛାତ୍ରୀ ମାନେ ବାହାରକୁ ଯାଉଛନ୍ତି।ପାନୀୟ ଜଳର ସମସ୍ୟା ରହୁଥିବାରୁ ପିଲାଙ୍କ ରୋସେଇରେ ମଧ୍ୟ ବିଳମ୍ବ ହେଉଛି। ସୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଅନ୍ତେବାସି।ବିଜୁଳି ଫେଲ ହେଉଥିବାରୁ ଏମିତି ଅନେକ ସମସ୍ୟା ଦେଖା ଦେଉଛି।ତେଣୁ ସୋଲାର ସିଷ୍ଟମର ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ସେମାନଙ୍କ ପାଣି ସମସ୍ୟା ଦୁର ହୋଇ ପାରିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।ଅପର ପଟେ ବିଦ୍ୟାଳୟର କର୍ମଚାରୀଙ୍କ ପାଇଁ କୌଣସି ରହିବା ବ୍ୟବସ୍ଥା ନାହିଁ।ତେଣୁ କରି ଉକ୍ତ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ କର୍ମଚାରୀଙ୍କ ରହିବା ପାଇଁ ଓ ବିଦ୍ୟାଳୟ ପାଇଁ ମଧ୍ୟ ଆବଶ୍ୟକ ଥିବା ଘର ଗୁଡିକ ନିର୍ମାଣ କରିବା ସହ ଅନ୍ୟ ସବୁ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।