କେନ୍ଦ୍ରାପଡ଼ା, ୧୪/୧୨/୨୦୨୨ ( ଓଡ଼ÿିଶା ସମାଚାର)- ବାବା ସାହେବ ଆମ୍ବେଦକ ଦଳିତ ସଂଘ ଓ ଗରିବ ବନ୍ଧୁ ନାରୀଶକ୍ତି ସ୍ୱଛ ଭାରତ ସ୍ୱେଛାସେବୀ ସଂଘ ପକ୍ଷରୁ ମିଳିତ ଭାବରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜନଗର ଥାନାର କେଶ ନମ୍ବର – ୪୧୪/୨୨, ୪୨୩/୨୨ରେ ଦଳିତ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିବା ବେଳେ ସେହି କେଶର ଅଭିଯୋଗକାରୀଙ୍କ ବିରୁଦ୍ଧରେ କାଉଁଟର ମାମଲା ରୁଜୁ କରାଯାଇ ଦଳିତ ବର୍ଗର ଅଭିଯୋଗ କାରୀଙ୍କୁ ଭୟଭିତ କରାଯାଉଥିବା ଅଭିଯୋଗ ହୋଇଛି । ଆହୁରି ଅଭିଯୋଗ ହୋଇଛି ଯେ ଥାନା ଅଧିକାରୀ ଜାଣିଶୁଣି କେଶ ନମ୍ବର – ୩୫୭/୨୨ରେ ଦଳିତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏତଦ୍ ବ୍ୟତିତ କେନ୍ଦ୍ରାପଡା କୋର୍ଟରୁ ୪/୨୨, ୫/୨୨ ଓ ୨୯/୨୨ ଏଭଳି ୩ଗୋଟି ୧ ସି.ସି. କେଶ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଦଳିତ ନିର୍ଯ୍ୟାତନା ମାମଲା ରୁଜୁ ନକରି ଅଭିଯୋଗକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଏସ.ଡି.ପି.ଓ.ଙ୍କୁ ସାକ୍ଷାତ କରିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ତେଣୁ ଉପରୋକ୍ତ ଦଳିତ ନିର୍ଯ୍ୟାତନା ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସଂଘର ସମ୍ପାଦକ ଉତମ କୁମାର ମଲିକ, ଲକ୍ଷ୍ମୀପ୍ରିୟା ମଲିକ, ପ୍ରମୋଦ ପରିଡା, ଦୌ୍ରପଦୀ ମଲିକ, ରଞ୍ଜୁଲତା ମଲିକ, କଳ୍ପନା ମଲିକ, ବିଷ୍ଣୁପ୍ରିୟା ମଲିକ, କେଶବ ମଲିକ, ନିରୁପମା ମଲିକ, ମାଣିକ ମଲିକ ପ୍ରମୁଖ ଦାବି କରିଛନ୍ତି ।
Home / ବିଶେଷ / ବାବାସାହେବ ଆମ୍ବେଦକର ଦଳିତ ସଂଘ ପକ୍ଷରୁ ଦଳିତ ବର୍ଗଙ୍କୁ ନିର୍ଯ୍ୟାତନା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର