ଲକ୍ଷ୍ମୀପୁର., ୧୪/୧୨/୨୦୨୨ ( ଓଡ଼ିଶା ସମାଚାର)- ଲକ୍ଷ୍ମୀପୁର ବ୍ଲକ ସଦର ବଣିକ ସଂଘର ଆଜି ସ୍ଥାନିୟ ନିସାର ଫାର୍ମ ଠାରେ ପଞ୍ଚତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। କାର୍ୟ୍ୟକ୍ରମ ଆରମ୍ଭ ପୁର୍ବରୁ ପ୍ରଦୀପ ପଜ୍ୱଳନ କରି ମୃତ୍ୟବରଣ କରଥିବା ୧୨ ଜଣ ବ୍ୟବସାୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ପୁର୍ବତନ ସଭାପତି ପରମେଶ୍ଵର ସାହୁ,ପୁର୍ବତନ ସମ୍ପାଦକ ଏକଲବ୍ୟ ଚୌଧୁରି,ଉପ ସଭାପତି ବସନ୍ତ ବିଡିକା,ବରିଷ୍ଠ ବ୍ୟବସାୟୀ ଗୋବିନ୍ଦା ସାହୁ,ଦିନବନ୍ଧୁସାହୁ,କେ.ଚନ୍ଦ୍ରଶେଖର ରାଓ,ଭି.ନାଗାରାଜୁ,ବରିଷ୍ଠ ସଦସ୍ୟ ମହାଦେବ ସତପଥି ମଞ୍ଚାସିନ ଥିଲେ। ସଂଘର ବିଭିନ୍ନ ସମସ୍ୟା ଉପରେ ଦୋକାନି ମାନେ ଜଣ ଜଣ କରି ଅଭିଯୋଗ କରିବା ପରେ କିପରି ସମାଧାନ ହେବ ତାହା ଉପରେ ଆଲୋକପାତ କରାଯାଇଥିଲା। ପରେ ନୁତନ କର୍ମକର୍ତା ଚୟନ ପାଇଁ ସହମତି ପ୍ରକାଶ ପାଇବାରୁ ନିର୍ବାଚନ ପ୍ରକ୍ରିୟା କରାଯାଇଥିଲା।ପ୍ରତ୍ୟେକ ଦୋକାନି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଗତ ୫ ବର୍ଷ ପରେ ନୁତନ କର୍ମକର୍ତାଙ୍କ ଚୟନ ପାଇଁ ସହମତି ପ୍ରକାଶ ପାଇଥିଲା।ଏନେଇ ନିର୍ବାର୍ଚନ ମାଧ୍ୟମରେ ନୁତନ କର୍ମକର୍ତା ଚୟନ କରାଯାଇଥିଲା ବେଳେ ବିଜେପି ଦଳର ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ମନୋଜ ସାହୁଙ୍କୁ ସଭାପତି,ଉପ ସଭାପତି ଭାବେ ଉମାକାନ୍ତ କର୍କରା,ସାଧାରଣ ସମ୍ପାଦକ ପବିତ୍ର ଗରଡା ଯୁଗ୍ମ ସମ୍ପାଦକ ଭାବେ ଗୌରବ ଟାଙ୍କ୍ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଭି.ଶ୍ରବଣ କୁମାର ନିର୍ବାଚିତ ହୋଇଥିଲେ।ଏନେଇ ଆଜି ବଜାର ଉପରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରି ଦୋକାନି ମାନେ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।