କେନ୍ଦ୍ରାପଡ଼ା, ୧୪/୧୨/୨୦୨୨ ( ଓଡ଼ÿିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ସ୍କୁଲ ସ୍ପୋର୍ଟସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଆୟବାସ୍ଥିତ ଗୋବରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୨୩ ମସିହା ହକି ଖେଳ ପାଇଁ ସ୍କୁଲ ସ୍ତରରେ ପ୍ରସ୍ତୁତି ନିମନ୍ତେ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଜିଲ୍ଲା ସ୍ତରୀୟ ଆଦେଶ ପ୍ରଦାନ କରାଯିବା ସହିତ ଚଳିତ ଡିସେମ୍ବରମାସ ୨୦ତାରିଖ ସୁଦ୍ଧା ସମସ୍ତ ସ୍କୁଲର ବାର୍ଷିକ କ୍ରୀଡା ସମାପ୍ତ କରିବା ପାଇଁ ନିର୍ଦେଶ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ କ୍ରୀଡା ଶିକ୍ଷକ ଛବି ପ୍ରସାଦ ମହାକୁଡ, ଗଜେନ୍ଦ୍ର ମହାନ୍ତି, ରବୀନ୍ଦ୍ର ପ୍ରସାଦ ଜେନା, ସୁନାକର ପରିଡା, କାଳନ୍ଦି ଭଦ୍ର, ରମେଶ ଚନ୍ଦ୍ର ଭଦ୍ର, ପାରେଶ୍ୱର ସାହୁ, ମହେଶ୍ୱର ମଣ୍ଡଳ, ରନôାକର ରାଉତ, ନିର୍ମଳ ସୂତାରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ଶ୍ରୀବଳଦେବଜୀଉଙ୍କ ଫଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ନୂତନ କ୍ରୀଡା ଶିକ୍ଷକମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ସମ୍ବର୍ଦ୍ଧିତ କ୍ରୀଡା ଶିକ୍ଷକମାନେ ସେମାନଙ୍କର ଅଭିଜ୍ଞତାରୁ ଜଣେ ଜଣେ ଉତମ କ୍ରୀଡା ଶିକ୍ଷକ ହେବା ପାଇଁ ଉପସ୍ଥିତ ଶିକ୍ଷକମାନଙ୍କୁ ଗଠନ ମୂଳକ ପ୍ରସ୍ତାବ ଓ ପରାମର୍ଶ ପ୍ରଦାନ କରିଥିଲେ । ଗୋବରୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାରାୟଣ ମିଶ୍ର, କ୍ରୀଡା ଶିକ୍ଷକ ଚିତରଞ୍ଜନ ମିଶ୍ର, ମନୋଜ ସାହୁ, ପ୍ରତାପ ହରିଚନ୍ଦନ, ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ସଶ୍ମିତା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସମ୍ପାଦକ ଉମାକାନ୍ତ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଚିତରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।