କେନ୍ଦ୍ରାପଡ଼ା, ୧୪/୧୨/୨୦୨୨ ( ଓଡ଼ÿିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ରଣପଡାର ସମାଜସେବୀ, ପରୋପକାରୀ ତଥା ୧୩ନମ୍ବର ୱାର୍ଡର ବିଜେଡି ସଭାପତି ସେକ ୟୁସୁଫଙ୍କ ବୁଧବାର ସକାଳ ୧୦ଟାରେ ହୃଦଘାତରେ ପରଲୋକ ହୋଇଯାଇଛି । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୌରାଧ୍ୟକ୍ଷା ସରିତା ସାହୁ, ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା, ବିଜେଡି ନେତା ରଞ୍ଜିିତ ସାହୁ, ୧୩ ନଂ ୱାର୍ଡ କାଉନସିଲର ସେକ ଅସଲମ, ପୌର ଉପାଧ୍ୟକ୍ଷା ଆକବରି ଖାତୁନ, ହିବଜୁର ରହେମାନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ପ୍ରଦୀପ କୁମାର ଦାଶ, ବ୍ରଜ ସୁନ୍ଦର ରାଉତ, ମାନସ ରଞ୍ଜନ ଧଳ, ନିରଞ୍ଜନ ବଳ, ରଞ୍ଜନ କୁମାର ପଣ୍ଡା, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, ସେକ ତାଜୁଦ୍ଧିନ, ସେକ ଜମିରୁଦ୍ଧିନ, କଲିମ ଖାନ, ସମ୍ବାଦିକ ସନ୍ତୋଷ ପଣ୍ଡା, ସେକ ଇନାୟତ, ସେକ ମତୁ, ବିଜେଡି ନଗର ସଭାପତି ଯଯାତି କେଶରୀ ମହାନ୍ତି, ରମଣୀ ରଞ୍ଜନ ରାଉତରାୟ, ସେକ ସାବତ, ସେକ ଚାନ୍ଦ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକାକୁଳ ପରିବାରକୁ ଶାନ୍ତ୍ୱନା ପ୍ରଦାନ କରିଥିଲେ ।