Friday , February 3 2023
Home / ବିଶେଷ / ଆଦର୍ଶ ଗିରିଜନ ପ୍ରଗତି ବିଦ୍ୟାଳୟ ଦଶମନ୍ତପୁରରେ ଶୀତବସ୍ତ୍ର ଓ ଶିକ୍ଷା ଉପକରଣ ବଣ୍ଟନ

ଆଦର୍ଶ ଗିରିଜନ ପ୍ରଗତି ବିଦ୍ୟାଳୟ ଦଶମନ୍ତପୁରରେ ଶୀତବସ୍ତ୍ର ଓ ଶିକ୍ଷା ଉପକରଣ ବଣ୍ଟନ

ଲକ୍ଷ୍ମୀପୁର. ୧୪/୧୨/୨୦୨୨ (ଓଡିଶା ସମାଚାର) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାଇ ଭଜନ ମଣ୍ଡଳୀ ତରଫରୁ ଦସମନ୍ଥପୁର  ଆଦର୍ଶ ଗିରିଜନ ପ୍ରଗତି ବିଦ୍ୟାଳୟ ଅନାଥ ଆଶ୍ରମରେ ଶୀତବସ୍ତ୍ର, ଖାଦ୍ୟ ଓ ଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀ ସତ୍ୟ ସାଇ ବାବା ଙ୍କ ପଟୋ ଚିତ୍ର ଉପରେ ମାଲ୍ୟାର୍ପଣ ପୂର୍ବକ ଶ୍ରୀ ଗଣେଶ ଭଜନ କରାଯିବା ସହିତ, ପୂଜାର୍ଚ୍ଚନା, ବିଭୂତି ବଣ୍ଟନ କରାଯାଇଥିଲା । ତତ୍ପରେ ଅନାଥ ଆଶ୍ରମ ରେ ଥିବା ୫୦ ଜଣ ଅନ୍ତେବାସୀ ଙ୍କ ପାଇଁ ସାମୁହିକ ଭୋଜନ ପ୍ରଦାନ କରିବା ସହିତ ଶିକ୍ଷା ଉପକରଣ ଓ ସ୍ୱିଟର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟ ସାଇ ଭଜନ ମଣ୍ଡଳୀ ତରଫରୁ ଶିବ ଶଙ୍କର ସାମଲ,ନାରାୟଣ ମାଝୀ, ସୁନୀଲ ସାଗର ଶତପଥୀ, ସୁକାନ୍ତ କୁମାର ଯାଦବ, ଭବାନୀ ନନ୍ଦ, ସାଇ ଗୋପାଲ ଆଦି ଉପସ୍ଥିତ ଥିଲେ ଓ ଆନଥାଶ୍ରମ ତରଫରୁ ଶିବ ପ୍ରସାଦ ବାରିକ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published.