ଲକ୍ଷ୍ମୀପୁର,୧୩/୧୨/୨୦୨୨(ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକକୁ ସବ-ଡିଭିଜନ ମାନ୍ୟାତା ପାଇଁ ଶଙ୍କର ସାଉନ୍ତାଙ୍କ ନେତୃତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ଲକ୍ଷ୍ମୀପୁର ମହା ବିଦ୍ୟାଳୟ ସମୁଖରେ ଥିବା ମିନି ଷ୍ଟାଡିୟମ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେଆଗାମି ଦିନରେ ଏକ ବଡ ଧରଣର ବୈଠକ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଜନ ସାଧାରଣ ଓ ଲୋକ ପ୍ରତିନିଧି,ସ୍ଥାନିୟ ବିଧାୟକ ଓ କୋରାପୁଟ ସାଂସଦଙ୍କୁ ବୈଠକକୁ ଡାକି ବଡ ଧରଣର ମଞ୍ଚ ପ୍ରସ୍ତୁତ କରି ସରକାରଙ୍କ ସହ ଲଢିବା ପାଇଁ ସଜବାଜ କରାଯିବ ବୋଲି ସର୍ବ ସହମତି କ୍ରମେ ଆଲୋଚନା ହେଇଥିଲା।ଏହି ବୈଠକରେ କୋରାପୁଟ ପୁର୍ବତନ ବିଧାୟକ କୃଷ୍ଣ ସଗରିଆ,ବିଜେପି ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ମନୋଜ ସାହୁ,ଆଇନ ଜିବି ସତ୍ୟବାଦି ମହାପାତ୍ର,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ସତପଥି,ଲକ୍ଷ୍ମୀପୁର ସମିତି ସଭ୍ୟା ନୟନା ମାଣ୍ଡିଙ୍ଗା,ବୁର୍ଜା ସରପଞ୍ଚ ଜଲ୍ଲି ମିଣିଆକା,ତୁନପାର ସରପଞ୍ଚ ମଧୁ ଧାଙ୍ଗଡା ମାଝି,କାକିରିଗୁମା ସରପଞ୍ଚ ପୃଷ୍ଟ ସାଉନ୍ତା,ପଞ୍ଚଡା ସରପଞ୍ଚ ପ୍ରିୟଙ୍କା ଜାନି,ସମିତି ସଭ୍ୟା ଦେବକି ଖିଲ,ସମିତି ସଭ୍ୟା ରଞ୍ଜୁ ମୁଦୁଲି,ତୟାପୁଟ ସମିତି ସଭ୍ୟ ବିଷ୍ଣୁ ଖରା,ତୟାପୁଟ ପୁର୍ବତନ ସରପଞ୍ଚ ଉଦୟ ହିକକା,ଚୌବନ ଖସଲା,ବିପିନ ମାଣ୍ଡିଙ୍ଗା,କୈଳାସ ଚନ୍ଦ୍ର ଦାସ,ମଣ୍ଟି ଖରା,ପରମା ଖରା ପ୍ରଭୁତି ଯୋଗ ଦେଇ ନିଜନିଜ ମତ ଉପସ୍ଥାପନ କରିଥିଲେ।ପ୍ରକାଶ ଥାଉକି ଏହା ପୁର୍ବରୁ ୨୦୧୮ ମସିହାରେ ପୁର୍ବତନ ଲକ୍ଷ୍ମୀପୁର ବିଧାୟକ ସବଡିଭିଜନ ଦାବିରେ ଅନଶନରେ ବସି ଥିବା ବେଳେ ଗତ ବର୍ଷ ଭାରତିୟ ବିକାଶ ପରିଷଦ ତରଫରୁ ଏକ ଶୋଭା ଯାତ୍ରା ମାଧ୍ୟମରେ ବ୍ଲକ କାର୍ୟ୍ୟାଳୟକୁ ଯାଇ ବିଡିଓଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରାଜାଇଥିଲା।ଏଥି ସହ ଗତ ମାସରେ ବ୍ଲକ କାର୍ୟ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଯୋଗ ଦେଇ ବିଜେପିର ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ମନୋଜ ସାହୁ ଆଜି ଲିଖିତ ଭାବେ ଏକ ଅଭିଯୋଗ ପତ୍ର ଜିଲ୍ଲାପାଳ ମହମଦ୍ ଅବଦୁଲ୍ ଅଖତରଙ୍କୁ ପ୍ରଦାନ କରିଥିଲେ। ତଥାପି କୌଣସି ଫଳ ପ୍ରଦ ଏଯାଏଁ ହେଇ ପାରିଲାନି।