ଭୁବନେଶ୍ୱର, ୧୩/୧୨/୨୦୨୨ ( ଓଡ଼ିଶା ସମାଚାର)- ଗ୍ରହ, ନକ୍ଷତ୍ରର ସ୍ଥିତିକୁ ଖାଲି ଆଖିରେ ପର୍ଯ୍ୟବେକ୍ଷଣ କରି ତାହାକୁ ଆଧାର କରି ଜ୍ୟୋତିଷ ଶାସ୍ତ୍ର ଉପରେ ଏକ ପୂର୍ଣ୍ଣାଙ୍ଗ ଗବେଷଣାତ୍ମକ ପୁସ୍ତକ ସିଦ୍ଧାନ୍ତ ଦର୍ପଣ ରଚନା କରିବା ସହ ଦୁଇଖଣ୍ଡ କାଠି ସହ ବାଉଁଶନଳୀ ମାଧ୍ୟମରେ ଦୂର ପର୍ବତକୁ ସଠିକ୍ ମାପକ କରି ବିଶ୍ୱକୁ ଚମକ୍ରୃତ କରିଥିବା ପ୍ରସିଦ୍ଧ ଜ୍ୟୋର୍ତିବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ମର୍ଦ୍ଧରାଜ (ପଠାଣି ସାମନ୍ତ) ଓଡ଼ିଆ ଜାତିକୁ ବିଶ୍ୱବିଦିତ କରିପାରିଛନ୍ତି । ଓଡ଼ିଶାର ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ପଞ୍ଜିକା ସହିତ ଦେଶ ବିଦେଶରେ ଜ୍ୟୋର୍ତିବିଜ୍ଞାନୀମାନେ ପ୍ରସ୍ତୁତ କରୁଥିବା ପଞ୍ଜିକା ସିଦ୍ଧାନ୍ତ ଦର୍ପଣର ଗଣନା ଅନୁଯାୟୀ ପ୍ରଣୟନ ହୋଇଆସୁଛି ଓ ଆଗାମୀ ଦିନରେ ମଧ୍ୟ ଏହାକୁ ଅନୁଶୀଳନ ନ କରି କୌଣସି ପଞ୍ଜିକା ପ୍ରଣୟନ ହୋଇପାରିବ ନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ସାମନ୍ତଙ୍କ ୧୮୭ତମ ଜୟନ୍ତୀରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତାମାନେ ମତପ୍ରକାଶ କରିଛନ୍ତି । ଆମର ପୂର୍ବପୁରୁଷମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଣୟନ ହେବା ପୂର୍ବରୁ ନିଜ ଅନ୍ତର୍ନିହିତ ପ୍ରତିଭା ବଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ତାହାକୁ ପ୍ରୟୋଗ କରି ସମାଜର ହିତ ସାଧନ କରିଛନ୍ତି । ପଠାଣି ସାଆନ୍ତେ ପ୍ରତିକୂଳ ପରିବେଶରେ ରୁଗ୍ଣ ଶରୀରରେ ବର୍ଷବର୍ଷ ଧରି ସାଧନା କରି ଗଣିତ ଓ ଜ୍ୟୋତିଷ ବିଦ୍ୟାରେ ପାରଦର୍ଶିତା ହାସଲ କରିବା ସହ ସେହି ବିଦ୍ୟାକୁ ପୁସ୍ତକ ଭାବରେ ପ୍ରଣୟନ କରି ଉରପିଢୀଙ୍କୁ ଶିକ୍ଷା ନିମନ୍ତେ ଯେଉଁ ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ଖଣ୍ଡପଡ଼ା ମାଟି ଧନ୍ୟ ହୋଇଛି । କାରିଗରୀ ଜ୍ଞାନ କୌଶଳ, ଉଚ୍ଚଶିକ୍ଷା ପ୍ରାପ୍ତ ନ ହୋଇ ମଧ୍ୟ ନିଜ ଅଲୌକିକ ପ୍ରତିଭା ବଳରେ ପଠାଣୀ ସାମନ୍ତ ରାଜ୍ୟର ଜ୍ୟୋର୍ତିବିଦ୍ୟା କ୍ଷେତ୍ରରେ ଯେଉଁ ପାରଦର୍ଶିତା ସୃଷ୍ଟି କରିଛନ୍ତି ତାହା ଯୁଗଯୁଗ ପାଇଁ ମାନବଜାତି ପାଇଁ ଏକ ବରଦାନ ସଦୃଶ । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ବିକଶିତ କରି ପଲ୍ଲୀଗ୍ରାମଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସମାଜ ପାଇଁ ତ୍ୟାଗ ଓ ସମର୍ପଣ ସେବା କରିଥିବା ବରପୁତ୍ରମାନଙ୍କୁ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ସ୍ମରଣ ପୂର୍ବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଯେଉଁ ଚିନ୍ତାଧାରା ନେଇ ସରକାରୀ ସ୍ତରରେ ଉଦ୍ୟମ କରିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ବିଭିନ୍ନ ସଂଗଠନ ବିଶେଷ କରି ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯେଉଁ ଜାତି ପୂଜ୍ୟପୂଜା ପରମ୍ପରା ରକ୍ଷାରେ ଯେତେ ତପôର, ସେହି ଜାତିର ସାଂସ୍କୃତିକ ଭାବଧାରା ଅତୀବ ମହାନ୍, ଯେଉଁଥିପାଇଁ ପୂଜ୍ୟପୂଜା ପରମ୍ପରା ବିକାଶରେ ଓଡ଼ିଆ ଜାତି ଶ୍ରେଷ୍ଠତା ପ୍ରତିପାଦନ କରିପାରିଛି ଓ ଏହି ବିଚାରଧାରା ସହିତ ଯୁବ, ଛାତ୍ର, ମହିଳାମାନେ ସକ୍ରିୟ ସାମିଲ୍ ହେବା ଆବଶ୍ୟକ ବୋଲି ବିଧାୟକ ପ୍ରଫୁଲ୍ଲ ସାମଲ୍, ବିଶିଷ୍ଟ ଲେଖକ ଓ ସାହିତି୍ୟକ ଦାସବେନହୁର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ଶିକ୍ଷାବିତ୍ କାମଦେବ ମହାପାତ୍ର, ଅନୁପମା ବେହେରା, ସଂଜୟ କୁମାର ପରିଡ଼ା, ଉଇ ଫର ଭୁବନେଶ୍ୱରର ସଭ୍ୟବୃନ୍ଦ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ପୂଜ୍ୟପୂଜା ପରମ୍ପରାକୁ ବିକଶିତ କରିବା ସହ ବରପୁତ୍ରମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହୋଇ ଓଡ଼ିଶାର ମହାନ୍ ପୂଜ୍ୟପୂଜା ପରମ୍ପରାକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଚଳଚ୍ଚିତ୍ର ଅଭିନେତା ସଚ୍ଚିଦାନନ୍ଦ ପଣ୍ଡା, ସାମ୍ବାଦିକ ମନୋରଂଜନ ମିଶ୍ର, ସେବିକା ଗୀତା ମହାପାତ୍ର, ସମାଜସେବୀ ସନ୍ତୋଷ ସେଠୀ, ପୂର୍ବତନ କର୍ପୋରେଟର ଅଜୟ ମହାନ୍ତି, ଶିକ୍ଷାବିତ୍ କାମଦେବ ମହାପାତ୍ର, ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦର କାଉନସିଲର ମୋନାଲି ପ୍ରିୟଦର୍ଶିନୀ, ଯୁବପ୍ରତିଭା ପ୍ରତୁ୍ୟଷ ଭଞ୍ଜ, ଅନୁପ ଜେନା ପ୍ରମୁଖଙ୍କୁ ପଠାଣୀ ସାମନ୍ତ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।