ଭୁବନେଶ୍ୱର,୧୩/୧୨/୨୦୨୨ ( ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପକ୍ଷରୁ ସରକାରଙ୍କ ସ୍କ୍ରାପ୍ ନୀତିକୁ ବେିରାଧ କରାଯାଉଛି । ତୁରନ୍ତ ଏହି ନୀତି ପ୍ରତ୍ୟାହାର ପାଇଁ ମହାସଂଘ ଦାବି କରୁଛି । ତେଣୁ ମହାସଂଘ ପକ୍ଷରୁ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବ ଓ ପରିବହନ କମିଶନରଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଏହି ଦାବିଗୁଡ଼ିକୁ ସରକାରଙ୍କ ପକ୍ଷରୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ପୂରଣ କରାନଯାଏ, ତାହୋଲ ଆସନ୍ତା ଜାନୁୟାରୀ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଚଳା ଚଳ ବନ୍ଦ
କରିବା ପାଇଁ ମହାସଂଘ ପକ୍ଷରୁ ନିଷ୍ପତିି ନିଆଯାଇଛି । ଏ ନେଇ ଆଜି ମହାସଂଘ ପକ୍ଷରୁ ସ୍ଥାନୀୟ ଗଣ୍ଡରପୁର ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରେର ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ ବଷର୍ରୁ ଊଦ୍ଧ୍ୱର୍ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ
ରାଜ୍ୟ ସରକାର ନେଇଥିବା ନିଷ୍ପତିରେ ପରିବର୍ତନ କରିବାକୁ ଦାବି ହୋଇଛି । ଏଥି ସହିତ ୨୦ ବଷର୍ରୁ ଊଦ୍ଧ୍ୱର୍ ଗାଡ଼ିକୁ ରାସ୍ତାରୁ ହଟାଯିବା, ନୂଆ ଗାଡ଼ି କିଣେିଲ ୨୫ ପ୍ରତିଶତ ରୋଡ ଟ୍ୟାକ୍ସ ୧୦ ବର୍ଷ ପାଇଁ ଛାଡ଼ କରିବା, ସ୍କ୍ରାପ
ଭାଲ୍ୟୁ ପାଇଁ ସରକାର ଧାର୍ଯ୍ୟ କରିଥିବା ୬ ପ୍ରତିଶତ ବଦଳେର ୧୦ପ୍ରତିଶତ କରାଯିବାକୁ ଦାବି କରାଯାଇଛି । ଏତଦ୍ ବ୍ୟତୀତ ବଡ଼ ବଡ଼ ପରିବହନ କମ୍ପାନୀମାନେ ଶିଳ୍ପପତିଙ୍କ ଠାରୁ ଉଚ୍ଚଦରରେ ଭଡ଼ା ଆଦାୟ କରୁଥିବାବେଳ ଟ୍ରକ ମାଲିକମାନଙ୍କୁ ବହୁତ କମ୍ ଭଡା ପ୍ରଦାନ କରୁଛନ୍ତି । ଏହାଦ୍ୱାରା ସେମାନେ ସେମାନଙ୍କର କିସ୍ତି ଟଙ୍କା ସୁଝିପାରୁ ନାହାନ୍ତି । ଫଳେର ଅଥର୍ଲଗାଣକାରୀ ସଂସ୍ଥା ପୁଲିସର ସହାୟତା ଓ ଭଡ଼ାଟିଆ ଗୁଣ୍ଡା ଲଗାଇ ଟ୍ରକ ଗୁଡ଼ିକୁ ଜବତ କରୁଛନ୍ତି; ଯାହାକି ସମ୍ପୂର୍ଣ୍ଣ ବେଆଇନ । ତେଣୁ ମାଲିକମୋନ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି
। ଏଣୁ ମୋଟର ଯାନ ଆଇନର ୬୭ଧାରା ଅନୁଯାୟୀ ଭଡ଼ାଧାର୍ଯ୍ୟ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନେୀର ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ, ଉପେଦଷ୍ଠା ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପାଣି, ଉପସଭାପତି ଶିବପ୍ରସାଦ ମିଶ୍ର, ରାଜୀବ ଜେନା, ସୁମନ୍ତ ବିଶ୍ୱାଳ ଏବଂ ପ୍ରେମାଦ ଜେନାଙ୍କ ସେମତ ବହୁ ସଂଖ୍ୟୋର ସଦସ୍ୟମାନେ ଉପସ୍ଥିତ ଥେôଲ ।