Thursday , February 2 2023
Breaking News
Home / ବିଶେଷ / କଟକ ଜିଲା ଓଡ଼ିଶା ୱେବ ମିଡିଆର କାର୍ଯ୍ୟକାରିଣୀ ବୈଠକ

କଟକ ଜିଲା ଓଡ଼ିଶା ୱେବ ମିଡିଆର କାର୍ଯ୍ୟକାରିଣୀ ବୈଠକ

କଟକ, ୧୩/୧୨/୨୦୨୨ ( ଓଡ଼ିଶା ସମାଚାର)-ଗାନ୍ଧୀ ଭବନରେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ଆସୋସିଏସନର କଟକ ଜିଲା କାର୍ଯ୍ୟକାରିଣୀ ବୈଠକ ଓ ସମ୍ଭର୍ଦ୍ଧନା ସଭା ରାଜ୍ୟ ସଭାପତି ଅମୂଲ୍ୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ମେୟର ସୁବାସ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ବିଧାୟକ ଇଂ ମହମ୍ମଦ ମୋକିମ, ବରେଣ୍ୟ ଅତିଥି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଶ୍ରୀତମ ଦାସ ଓ ଓଡିଶା ହିନ୍ଦୁ ସେନା ଉପଦେଷ୍ଟା ସଞ୍ଜିତ ସାମଲ ଓ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଯୋଗଦେଇଥିଲେ। ଆବାହକ ବିସ୍ମୟ ନନ୍ଦ ଅତିଥି ପରିଚୟ ଦେଇଥିବା ବେଳେ, ଗୌତମ ସାହୁ , ପ୍ରଦୀପ କାଣ୍ଡି, ପ୍ରଦୀପ୍ତ ଘଡେଇ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପ୍ରିୟବ୍ରତ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published.