Thursday , February 2 2023
Breaking News
Home / ସ୍ୱାସ୍ଥ୍ୟ / ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ

ଜଗତସିଂହପୁର ୧୨ /୧୨/୨୦୨୨ ( ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସଭାଗୃହଠାରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର  ମାସ ୧୨ ତାରିଖରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା  ଦିବସ  ପାଳିତ ହୋଇଆସୁଅଛି । ପ୍ରଥମେ ଏକ କାନପି ଯାହା ଜନସାଧାରଣଙ୍କ ସଚେତନତା ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ବାର୍ତ୍ତା ସହ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରାଯାଇଛି, ତାହାକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ତସବରେ ଜ଼ିଲ୍ଲା ସ୍ତରରୁ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ, ଡାକ୍ତର ନିମାଇଁ ଚରଣ ନାୟକ, ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା , ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ,  ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ମହିମା ଓ ନାରାୟଣୀ  ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମର ପ୍ରତିନିଧିମାନଙ୍କ  ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ତାପରେ ସମସ୍ତେ ଯାଇ ସଭାଗୃହଠାରେ ପହଂଚିଥିଲେ । ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ,ସେଥିରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ୱାଗତ କରିବା ସହ ତାଙ୍କ ଅଭିଭାଷଣରେ ,ସ୍ୱାସ୍ଥ୍ୟ ସେବାକୁ କିପରି ସାର୍ବଜନୀନ କରିବାକୁ ଲୋକମାନଙ୍କୁ ସଚେତନ କରାଇପାରିଲେ ଆମ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ ସେ ବିଷୟରେ ଅବଗତ କରାଇବା ସହ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ତା ସହ ସାଧାରଣ ଲୋକଙ୍କୁ ସଚେତନ କରାଇବା ଯେ ସବୁ ସ୍ୱାସ୍ଥ୍ୟ ସେବା ଉନ୍ନତମାନର ମାଗଣାରେ ଉପଲବ୍ଧ, ଏହାର ସୁଯୋଗ ନେବାକୁ ପ୍ରବର୍ତ୍ତାଇବାକୁ ବାର୍ତ୍ତା ରଖିଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଆଜି ଦିବସର ବାର୍ତ୍ତା “ଆମେ ଚାହୁଁଥିବା ଆଗାମୀ କାଲିର ସୁସ୍ଥ ସମାଜ ଗଢିବା ” ବିଷୟରେ ବକ୍ତବ୍ୟରେ ପ୍ରତିଷେଧକ ,ପ୍ରତିବର୍ଦ୍ଧକ ଏବଂ ପ୍ରତିକାରାତ୍ମକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ, ସବୁ ସମୟରେ, ସବୁଠାରେ, ସହଜରେ ଉପଲବ୍ଧ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ବୋଲି ଅବଗତ କରାଇଥିଲେ । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବିଷୟରେ ଅବଗତ କରାଇଥିଲେ ଓ ସମସ୍ତେ ନିଜ ସହ ଗୋଷ୍ଟୀସ୍ତରରେ ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ଆଶା, ଏ .ଏନ. ଏମ ଙ୍କ ସହ ଜ଼ିଲ୍ଲା ସ୍ତରରେ  ହେଲ୍ପ ଡେସ୍କ କର୍ମକର୍ତ୍ତା ତତ୍ପରତା ଦେଖାଇ ସମସ୍ତ ଲୋକମାନଙ୍କୁ ଏଥିରେ ସାମିଲ କରାଇବା ଆଗାମୀ କାଲିର ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ଉପଦେଶ ଦେଇଥିଲେ । ମହିମା ନର୍ସିଂ ସ୍କୁଲର ଶିଖୟତ୍ରୀ କଳ୍ପନା ବେହେରା ମଧ୍ୟ ଅଭିଭାଷଣରେ ଲୋକମାନଙ୍କର କିପରି ସରକାରୀ ଚିକିତ୍ସା ବ୍ୟବସ୍ଥା ବିଷୟରେ ସମସ୍ତ ବାର୍ତ୍ତା  ପାଇପାରିବେ ସେଥିପାଇଁ ଆମେ ସମସ୍ତେ ସଚେତନ କରିବାକୁ ଚେଷ୍ଟା କରିବା ଉଚିତ ବୋଲି ବାର୍ତ୍ତା ରଖିଥିଲେ  । ତାପରେ ଛାତ୍ରଛାତ୍ରୀମାନେ ଓ ଆଶାମାନେ ମଧ୍ୟ ନିଜ ନିଜର ଭାବନା ବ୍ୟକ୍ତ କରିଥିଲେ । ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଶେଷରେ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.