ଯାଜପୁର , ୧୨ /୧୨/୨୦୨୨ ( ଓଡ଼ିଶା ସମାଚାର /ସୁରେଶ କୁମାର କର): – ଯାଜପୁର ବ୍ଲକ ,ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ର ସୁଜନପୁର ମହାବିଦ୍ୟାଳୟରେ ଏକ ସଫେଇ କାର୍ଯ୍ୟକ୍ରମ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଉଦଘାଟନ କରି ପରିବେଶକୁ କିପରି ସୁନ୍ଦର ଓ ସରସ କରି ହେବ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗଣେଷ ମହାକୁଡ,ଯୁବ ନେତା ଶ୍ରୀଯୁକ୍ତ ଅନିଲ୍ ସାହାଣୀ,୩୧ନଂ ଜୋନର ଜିଲ୍ଲା ପରିଷଦ ଶ୍ରୀ ବିନୋଦ ମାଝୀ ସ୍ଥାନୀୟ ସମିତି ସଭ୍ୟ ଶ୍ରୀଯୁକ୍ତ ନାରଣ ଯେନା,ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ଶ୍ରୀ ବିଶ୍ୱଜିତ ସାହୁ ପ୍ରମୁଖ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।