ଭୁବନେଶ୍ବର, ୧୨ /୧୨/୨୦୨୨ ( ଓଡ଼ିଶା ସମାଚାର)- ପଦ୍ମପୁର ବିଧାୟିକା ଭାବେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା। ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ। ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି।