Friday , February 3 2023
Home / ବିଶେଷ / ବରଗଡ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ବରଗଡ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, ୧୨ /୧୨/୨୦୨୨ ( ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ବରଗଡ ଜିଲ୍ଲା ଶାଖା ପକ୍ଷରୁ ଆଜି ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜି ଙ୍କ ଜରିଆରେ ବରଗଡ଼ ଜିଲ୍ଲା ରେ କାର୍ୟ୍ୟରତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ତଥା ପରିଦର୍ଶକ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ତାଙ୍କ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରାରମ୍ଭେ ସମସ୍ତ କର୍ମଚାରୀ ବରଗଡ ପୁରୁଣା ମୁଖ୍ୟ ଚିକିତ୍ସାଳୟ ରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ସହର ପରିକ୍ରମା କରି ବରଗଡ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ନିକଟରେ ଆସି ପହଞ୍ଚିଥିଲେ।ସେମାନଙ୍କ ମୁଖ୍ୟ ଦାବି ଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ କେଡର୍ ପୁନଃ ଗଠନ, ୨୦୨୦ ମାର୍ଚ ୨୦ରେ ପ୍ରକାଶିତ ବିଜ୍ଞପ୍ତି ପ୍ରତ୍ୟାହାର, ୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଚାକିରି କରୁଥିବା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ମୂଳ ଚାକିରି ରେ ଗଣନା କରି ୬ ଟି ନସନାଲ ଇନକ୍ରିମେଣ୍ଟ ପ୍ରଦାନ, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପଦବୀ ର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ ସଙ୍ଗେସଙ୍ଗେ ଅତିରିକ୍ତ ଦାୟିତ୍ବରେ ନିୟୋଜିତ ଥିବା କର୍ମୀ ମାନଙ୍କୁ ପ୍ରୋତ୍ସାହନ ଭତ୍ତା ପ୍ରଦାନ।
ଯଦି ଏଦିଗରେ ରାଜ୍ୟ ସରକାର କୈାଣସି ପ୍ରକାରର ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ୧୪ ତାରିଖ ଠାରୁ ନିୟମିତ କାର୍ୟ୍ୟ କରିବୁ ହେଲେ କୈାଣସି ପ୍ରକାରର ରିପୋର୍ଟ ପ୍ରଦାନ କରାଯିବ ନାହିଁ ଏବଂ ଆସନ୍ତା ୨୧ ତାରିଖ ରୁ ସମ୍ପୁର୍ଣ୍ଣ କାର୍ୟ୍ୟବନ୍ଦ କରିଯିବ ବୋଲି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ବରଗଡ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published.