ସାଲେପୁର, ୧୨ /୧୨/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) -ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ଦ୍ୱାରା ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ଲୋକଟିକୁ ତାର ନ୍ୟାଯ୍ୟ ଅଧିକାର ମିଳେ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ସହଯୋଗରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତିଗିରିଆ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ୟ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ନରସିଂହପୁର ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏସ ୟୁ ଜେ କଟକ ଜିଲ୍ଲା ସଭାପତି ରମେଶ ପ୍ରଧାନ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାଶ ନାୟକ, ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, କୋଷାଧ୍ୟକ୍ଷ ଅଖିଳେଶ ମହାନ୍ତି, ଅଧ୍ୟାପକ ବିରଂଚି ନାରାୟଣ ଦାସ, ଜିଲ୍ଲା କାର୍ୟ୍ୟକାରୀ ସଭାପତି ଶଶୀ ଭୂଷଣ ଷଢଙ୍ଗୀ ଏବଂ ସଂପାଦକ ବାଳକୃଷ୍ଣ ପଟ୍ଟନାୟକ, ରଘୁନାଥ ଆଚାର୍ୟ୍ୟ, ସୁରେନ୍ଦ୍ର ମହାପାତ୍ର,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ, ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।
ଜିଲ୍ଲା ସାଧାରଣ ସଂପାଦକ ଗୌର ଚନ୍ଦ୍ର ସାହୁ, ଉପସଭାପତି ପ୍ରଦୀପ୍ତ ମହାପାତ୍ର,ଶୁଭେନ୍ଦୁ ମହାପାତ୍ର,ରତ୍ନାକର ବାରିକ, ମୀନକେତନ ଦାସ,ପନେଇ ଖାଁ,ଜାଫର ଖାଁ,ରାଧାନାଥ ମହାପାତ୍ର,ହରିହର ସାହୁ, ହେମନ୍ତ ଦାସ,ସୁରେଶ ବଳ,ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ୩୦ ରୁ ଉର୍ଦ୍ଧ୍ଵ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।