ନିରାକାରପୁର, ୧୧/୧୨/୨୦୨୨ ( ଓଡ଼ିଶା ସମାଚାର)- ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଉପଦ୍ରବ। ଦିନ ବେଳା ହାତୀ ପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ପାଇଁ ଜନବସତି ମୁହାଁ। ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଚାଷୀ ଏବଂ ସାଧାରଣ ଲୋକେ ଆତଙ୍କିତ ହେଉଛନ୍ତି। ହାତୀ ଭୟରେ ଧନଜୀବନ ବି ବିପନ୍ନ ହେଉଛି। ଧାନ ଫସଲ ଅମଳ ହେବାକୁ ଧାନ କାଟି ବିଲରେ ରଖିଥିବା ବେଳେ ହାତୀ ପଲ ଦଳି ମକଚି ଖାଇ ନଷ୍ଟ କରିଛନ୍ତି। ଗତ ରାତିରେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜ୍ ଜଂକିଆ ଥାନା ଅନ୍ତର୍ଗତ ଅରାଗଂ ମୈ।ଜା ନିକଟରେ ଥିବା ଜଙ୍ଗଲରୁ ବାହାରି ଆସି ୪ଟି ହାତୀ ଧାନ ବିଲରେ ମଚାଇଛନ୍ତି ଆତଙ୍କ। ଫଳରେ ଏକର ଏକର ଧାନ ଫସଲ ନଷ୍ଟ ଭଷ୍ଟ ହୋଇ ଯାଇଛି ହାତୀ ମାନଙ୍କ ପାଦରେ ।
ବନ୍ଧା ହୋଇ ରହିଥିବା ଧାନ କଳେଇକୁ ହାତୀ ଖାଇ ଦଳିଚକଡି ନଷ୍ଟ କରିଛନ୍ତି। ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଧାନ ଫସଲ ନଷ୍ଟ ହେଉଛି ବନବିଭାଗ ହାତୀକୁ ଘଉଡେଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ଚାଷୀ ବନ ଵିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛି।ଚାଷୀ କିଭଳି ଧାନ ଅମଳ କରିଵ କଣ ଖାଇବ ସେ ନେଇ ଚିନ୍ତାରେ। ଗତକାଲି ରାତିରେ ଅରାଗଂ ଦେଉଳିପାଟଣା ଗ୍ରାମର ଦୀପକ ପ୍ରଧାନ, ଜୟରାମ ବିଶ୍ୱାଳ,କବି ପ୍ରଧାନ, ଧୋବା ରଣସିଂହ ଓ ମଂଜୁ ବିଶ୍ୱାଳଙ୍କ ଧାନ ଫସଲ ବିଲରେ ଦଳିଚକଡି ଖାଇ ନଷ୍ଟ କରିଥିବା ଜଣାପଡିଛି।ସଂନ୍ଧ୍ୟା ହୋଇଗଲେ ହାତୀ ଭୟରେ ତାଟିକବାଟ ପଡିଯାଉଛି, ରାସ୍ତା ଘାଟ ଶୂନଶାନ ହେଉଥିବା ବେଳେ ହାତୀ ଦେଖି ଲୋକେ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି।