ଜଗତପୁର , ୧୧/୧୨/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) -ମହାନଦୀରେ ବୁଡ଼ି ସନ୍ତରଣ ଶିଖୁଥିବା ଜନୈକ ଯୁବକଙ୍କ ର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୀର ବଜାରଅଞ୍ଚଳ ର ସୋହେଲ ଖାନ । ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେ ଏହି ଅଘଟଣ ଘଟିଛି ।
ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ ରୁ ଅଧିକ ଯୁବକଙ୍କୁ ସନ୍ତରଣ ପ୍ରଶିକ୍ଷଣ ଦିଆ ଯାଉଥିଲା । ସୋହେଲର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ । ଅନ୍ୟମାନେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ବି , ବିଫଳ ହୋଇଥିଲେ ।ସୋହେଲର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବି କୁ ପଠାଯାଇଛି ।
ସନ୍ତରଣ ପ୍ରଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି । ମହାନଦୀରେ ସନ୍ତରଣ ଶିଖାଇବା ପାଇଁ ତାଙ୍କୁ କିଏ ଅନୁମତି ଦେଲା, ସେନେଇ ପଚରାଉଚୁରା କରୁଛି । ସନ୍ତରଣ ଟ୍ରେନିଂ ପାଇଁ ଅନୁମତିକୁ ନେଇ ପ୍ରଶ୍ନ ଉଠିଛି ।