ନିରାକାରପୁର, ୧୧/୧୨/୨୦୨୨ ( ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ପୋଲିସ୍ ପକ୍ଷରୁ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି। ଗିରଫ ବ୍ରାଉନ ସୁଗାର ବେପାରୀ ନିକଟରୁ ୬ ଲକ୍ଷ ଟଙ୍କା ମୂଲ୍ୟ ର ୬୨ ଗ୍ରାମ ବ୍ରାଉନ ସୁଗାର ଜଵତ କରା ଯାଇଛି। ଏହା ସହ ଆସାମୀ ନିକଟରୁ ଗୋଟିଏ ସ୍ତୁଟି ଜବତ କରିଛି.। ଗିରଫ ଆସାମୀର ନାମ ସଂଜୟ ଜୟ ସିଂ (୪୩ ବର୍ଷ) ବୋଲି ଜଣା ପଡିଛି । ଗିରଫ ସଂଜୟ ର ଘର ଟାଙ୍କୋଳ ଗ୍ରାମରେ।ଏହି ଚଢାଉରେ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନ ନେତ୍ରୁତ୍ୱ ନେଇଥିବା ବେଳେ ରୋହିତ କୁମାର ଦଣ୍ଡସେନା ଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏଏସଆଇ ରତ୍ନାକର ଜାଲି ,ପୁରୁଷୋତମ ପାଇକରାୟ,ଉର୍ମିଷ୍ଟା ସାମନ୍ତ ସିଂହାର ,ତ୍ରିଲୋଚନ ଭୋଇ ପ୍ରମୁଖ ଅବକାରୀ କନେଷ୍ଟବଳ ସାମିଲ ହୋଇଥିଲେ।