Friday , February 3 2023
Home / ବିଶେଷ / ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀ ୨୯ରୁ

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀ ୨୯ରୁ

ଭୁବନେଶ୍ୱର, ୧୧/୧୨/୨୦୨୨ ( ଓଡ଼ିଶା ସମାଚାର)-  ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୧ତମ ବାର୍ଷିକ ସମ୍ମିଳନୀ ଭୁବନେଶ୍ୱର ରେଳ ଅଡିଟୋରିୟ ଠାରେ ଆସନ୍ତା ୨୯ ଓ ୩୦ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ସବୁ ବାର୍ ଆସୋସିଏସନର ଆଇନଜୀବୀମାନଙ୍କୁ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି । ଆଇନଜୀବୀମାନଙ୍କ ବୃହର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ରାଜ୍ୟ ସରକାର ଆଇନଜୀବୀଙ୍କ ସ୍ୱାର୍ଥ ରଖିବା ପାଇଁ ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଇନଜୀବୀ ୱେଲଫେୟାର ଟ୍ରଷ୍ଟକୁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଏକ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୩ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାଛଡ଼ା ରାଜ୍ୟରେ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ କରିବା ପାଇଁ ହୋଇଥିବା ଦାବିକୁ ମଧ୍ୟ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ଏଥିସହ ଲ’ କମିଶନ ଲୋକାୟୁକ୍ତର ପ୍ରତିଷ୍ଠା ପାଇଁ ମଧ୍ୟ ସଂଘର ଦାବିକୁ ସରକାର ସମ୍ମାନ ଜଣାଇଛନ୍ତି । ଗତବର୍ଷ ବ୍ରହ୍ମପୁରଠାରେ ସଂଘର ୫୦ତମ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଆଗାମୀ ସମ୍ମିଳନୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଆଟରିନ ଜେନେରାଲ ଆର ଭେଙ୍କଟରମନ, କେନ୍ଦ୍ର ଏବଂ ରାଜ୍ୟର ଆଇନମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ଗଣ ରାଜ୍ୟ ଏବଂ ପୁରା ଦେଶର ଆଇନ ବିଶାରଦମାନେ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ସିତ କୁମାର ପାଣିଗ୍ରାହୀ, ସମ୍ପାଦକ ସମୀର ନାୟକ ଏବଂ ଜଗନ୍ନାଥ ମିଶ୍ର, ଅରୁଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇଥିଲେ ।

Leave a Reply

Your email address will not be published.