Friday , February 3 2023
Home / ବିଶେଷ / ନବ କିଶୋର ଗୁରୁ କାପୁଡିଆ ସମାଜ ରାଜ୍ୟ ସଭାପତି ମନୋନୀତ

ନବ କିଶୋର ଗୁରୁ କାପୁଡିଆ ସମାଜ ରାଜ୍ୟ ସଭାପତି ମନୋନୀତ

ଜାନୁଆରୀ ୮ ରେ ରାସୋଳ ରେ ରାଜ୍ୟ ସମ୍ମିଳନୀ

ଭୁବନ,୧୧/୧୨/୨୦୨୨ ( ଓଡ଼ିଶା ସମାଚାର)- ଭୁବନ କାପୁଡିଆ ସମାଜ ତରଫରୁ ଢେଙ୍କାନାଳ ଜିଲା ରାସୋଳ ଶିବ ମନ୍ଦିର ପରିସରରେ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାସୋଳ ସଭାପତି  ଅକ୍ଷୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଭୁବନ ଏନଏସି ର ପୂର୍ବତନ କାଉନସିଲର ତଥା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ନବ କିଶୋର ଗୁରୁ ଙ୍କୁ କଳିଙ୍ଗ କାପୁଡିଆ ସମାଜ ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଥିଲା । ଏହି  ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଦିଲ୍ଲୀପ କୁମାର ଦାସ ଙ୍କ ସମେତ ଜିଲା ସଭାପତି ଖଗେଶ୍ୱର ନାୟକ , ଜିଲ୍ଲା ସଂପାଦକ ଭାସ୍କର ନାୟକ , ଜିଲା ଉପସଭାପତି ବିପିନ ବିହାରୀ ଦାସ , କୋଷାଧ୍ୟକ୍ଷ ଭାଗବତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଆସନ୍ତା ଜାନୁଆରୀ ୮ ତାରିଖ ରବିବାର ରାସୋଳ ଶିବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସମ୍ମିଳନୀ କାରାଯିବାକୁ ନିଷ୍ପତି ନେଇଥିଲେ ।

Leave a Reply

Your email address will not be published.