Thursday , February 2 2023
Breaking News
Home / ବିଶେଷ / ସଡ଼କ ଦୂର୍ଘଟଣାରେ ୨ ମୃତ, ଜଣେ ଗୁରୁତର ଆହତ

ସଡ଼କ ଦୂର୍ଘଟଣାରେ ୨ ମୃତ, ଜଣେ ଗୁରୁତର ଆହତ

ରଘୁନାଥପୁର, ୧୦/୧୨/୨୦୨୨ ( ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ପୁରଣ ଓଡ଼ପଡ଼ା ନିକଟରେ କଟକ- ପାରାଦୀପ ରାସ୍ତାରେ ଗତକାଲି ରାତିରେ ଏକ ସଡ଼କ ଦୂର୍ଘଟଣା ଘଟିଛି । ଏହି ଦୂର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି । ରଘୁନାଥପୁର ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଓଡ଼ି୦୫ଏଜେଡ଼୍ ୧୫୬୭ ନମ୍ବର ଥିବା ଏକ ଟାଟା ଏସି ଏକ ଅଜଣା ହାଇୱା ସହିତ ଧକା ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଦୁଇ ମୃତକ ହେଉଛନ୍ତି ବାଙ୍କି ଥାନା ଅନ୍ତର୍ଗତ ଚର୍ଚିକା ସାହିର ଆକାଶ ବେହେରା ଓ ଅନ୍ୟ ଜଣେ ସେହି ବାଙ୍କି ଥାନା ଅନ୍ତର୍ଗତ ପାଟପୁର ସିଂହନାଥ ଗ୍ରାମର ସୁରେଶ ମଲିକ । ଗୁରୁତର ଆହତ ବ୍ୟକ୍ତି ହେଉଛନ୍ତି ସେହି ଗ୍ରାମର ଅନ୍ତର୍ଗତ କୁମର ମଲିକ । ଏ ସମ୍ପର୍କରେ ରଘୁନାଥପୁର ଥାନାରେ କେଶ ନଂ-୨୪୨୩ ରେ ଏକ ମାମଲା ରୁଜୁ କରାଯାଇଛି । ଏସଆଇ ଅନୀଲ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published.