କେନ୍ଦ୍ରାପଡ଼ା, ୧୦/୧୨/୨୦୨୨ (ଓଡ଼ÿିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀମଦ୍ ଭଗବତ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଗୀତାର ଅଠର ଅଧ୍ୟାୟ ପାଠ କରାଯିବା ସହ ଦୀପଯଜ୍ଞ କରାଯାଇଥିଲା । ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୀତାର ମାର୍ମିକ ତତ୍ୱ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବୁଝାଇଥିଲେ । ଏହି ଗୀତାଯଜ୍ଞରେ ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ଆଶ୍ରମର ଅନ୍ତେବାସୀଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଥିଲେ ।