Thursday , February 2 2023
Breaking News
Home / ବିଶେଷ / ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେ ବାପା, ଜେଜେ ମା ଓ ଅଜା , ଆଈ ସମ୍ମିଳନୀ

ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେ ବାପା, ଜେଜେ ମା ଓ ଅଜା , ଆଈ ସମ୍ମିଳନୀ

ଭୁବନ ୧୦/୧୨/୨୦୨୨ ( ଓଡ଼ÿିଶା ସମାଚାର)-  ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ଶିକ୍ଷା ବର୍ଷର ଜେଜେ ବାପା , ଜେଜେ ମା ଓ ଅଜା , ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ  ଇନ୍ଦୁଲତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଜୟରାମ ମାହୁନ୍ତ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର  ମିଶ୍ର ଯୋଗଦେଇ ଶିଶୁ ଓ ସମାଜ ଗଠନ ଦିଗରେ ଜେଜେ ବାପା , ଜେଜେ ମା ତଥା ଅଜା , ଆଈ ଭୂମିକା ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଜଗବନ୍ଧୁ ବିହାରୀ ଉପସ୍ଥିତ ଜେଜେ  ବାପା , ଜେଜେ ମା ତଥା ଅଜା , ଆଈ ମାନଙ୍କୁ ଶିଶୁ ନିର୍ମାଣ  ଦିଗରେ ଗଠନମୂଳକ ମତାମତ ରଖିବାକୁ କହିଥିଲେ । ବରିଷ୍ଠ ଆଚାର୍ଯ୍ୟ ପରମାନନ୍ଦ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପର୍ଯ୍ୟାୟ ପ୍ରମୁଖ ଦିନେଶ କୁମାର ବୈଶାକ୍ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ଅନସୂୟା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ ଜଣ ଜେଜେ ବାପା , ଜେଜେ ମା ତଥା ଅଜା , ଆଈ ଯୋଗଦେଇଥିଲେ ।

Leave a Reply

Your email address will not be published.