Friday , February 3 2023
Home / ବିଶେଷ / ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ମାଗଣା ଚକ୍ଷୁ ଅସ୍ତ୍ରୋପଚାର

ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ମାଗଣା ଚକ୍ଷୁ ଅସ୍ତ୍ରୋପଚାର

କେନ୍ଦ୍ରାପଡ଼ା, ୧୦/୧୨/୨୦୨୨ ( ଓଡ଼ÿିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ଜଣ ଚକ୍ଷୁ ରୋଗୀଙ୍କ ମାଗଣା ଚକ୍ଷୁ ଅସ୍ତ୍ରୋପଚାର କରାଯାଇଛି । ଚିକିତ୍ସାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀ ଏହି କାର୍ଯ୍ୟକୁ ଉଦଘାଟନ କରିଥିବା ବେଳେ ଡା. ସରୋଜକାନ୍ତ ତ୍ରିପାଠୀ ରୋଗୀମାନଙ୍କର ଚକ୍ଷୁ ଅସ୍ତ୍ରୋପଚାର କରିଥିଲେ । ସମାଜସେବୀ ଫକିର ଚରଣ ଖଟୁଆ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଚିକିତ୍ସାଳୟର ଷ୍ଟାଫ ସତ୍ୟବ୍ରତ ସିଂ, ଦିଲ୍ଲିପ ମୁଦୁଲି, ରଞ୍ଜନ କୁମାର, ଜୟଶ୍ରୀ ସାହୁ, ବନିତା ଧାନୀ ଓ ଖଗେଶ୍ୱର ବେହେରା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published.