Thursday , February 2 2023
Breaking News
Home / ବିଶେଷ / ‘ଦେହର ଦୁଃଖ’ ପୁସ୍ତକ ଉନ୍ମୋଚିତ

‘ଦେହର ଦୁଃଖ’ ପୁସ୍ତକ ଉନ୍ମୋଚିତ

 ଭୁବନେଶ୍ୱର, ୧୦/୧୨/୨୦୨୨ (ଓଡ଼ÿିଶା ସମାଚାର)- ଆଜି ବୁଦ୍ଧ ମନ୍ଦିରଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସରୋଜ ସାହୁଙ୍କ ଦ୍ୱାରା ରଚିତ ‘ଦେହର ଦୁଃଖ’ ଏକ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି  । ଏହି ପୁସ୍ତକରେ ଲେଖକ ଦେହ ଓ ଦେହି ଏହି ଦୁଇଟି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଛନ୍ତି  । ଦେହ ହେଉଛି ଏ ଶରୀର ଏବଂ ଦେହି ହେଉଛି ଆତ୍ମା  । ଦେହ ବିଶ୍ରାମ ଚାହେଁ, ରାତିରେ ଶୋଇପଡ଼େ କିନ୍ତୁ ଦେହି ବା ଆତ୍ମା ତା’ର ବିଶ୍ରାମ ନାହିଁ  । ସବୁବେଳେ ରକ୍ତ ସଂଚାଳନ, ନିଃଶ୍ୱାସ, ପ୍ରଶ୍ୱାସ ଏବଂ ହୃତପିଣ୍ଡ କର୍ମଚଂଚଳ ଥାଏ  । ଏମାନେ କେବେ ବିଶ୍ରାମ ନିଅନ୍ତି ନାହିଁ  । ବିଶ୍ୱନିୟନ୍ତା ବା ସୃଷ୍ଟିକର୍ତା ଦେହି ବା ଆତ୍ମାକୁ ସର୍ବଦା ଚଲାଇଥାଆନ୍ତି  । ଆତ୍ମା ଯୋଗୁଁ ଏ ଦେହର ହାତକୁ ଯାହା ନିର୍ଦ୍ଧେଶ ଆସିଥାଏ, ସେହି ଅନୁସାରେ ମୁଁ କିଛି ଲେଖିପକାଏ  । ଆଗରୁ ବିଜ୍ଞାନ ସମ୍ବନ୍ଧୀୟ କିଛି ପୁସ୍ତକ ଲେଖୁଥିଲି  । ବିଜ୍ଞାନ ଜ୍ୟୋତି, ବିଜ୍ଞାନ ଦିଗନ୍ତ ଭଳି କିଛି ପୁସ୍ତକରେ ମୋ ଲେଖା ବାହାରୁଥିଲା  । ଏବେ କିନ୍ତୁ ଗୀତି କବିତା, ଭାଗବତ ଗୀତା, ଜଗନ୍ନାଥ ଆତ୍ମତୃପ୍ତି ଭଳି ଅନେକ ଲେଖା ବିଶ୍ୱନିୟନ୍ତାଙ୍କ ନିର୍ଦ୍ଧେଶରେ ମୁଁ ଲେଖିପାରୁଛି  । ମୁଁ କିଛି ଜାଣିନାହିଁ, ମୁଁ ନିମିତ ମାତ୍ର  । ଯାହା ନିର୍ଦ୍ଧେଶ ଆସୁଛି, ସେହି ଅନୁସାରେ ମୋ ହାତ ଚାଲୁଛି ବୋଲି କହିଛନ୍ତି ପୁସ୍ତକର ଲେଖକ ସରୋଜ କୁମାର ସାହୁ  । ପିମ୍ପୁଡିଠାରୁ ହାତୀ ପର୍ଯ୍ୟନ୍ତ ସମସ୍ତଙ୍କର ଦେହ ଅଛି  । କିନ୍ତୁ, ଆତ୍ମା ମାଧ୍ୟମରେ ନିଜର ମନର କଥା ନିଜର ଭାଷାକୁ ପ୍ରକାଶ କରିବା ସମ୍ଭବ ହେଉଛି  । ଦେହ ଯୋଗୁଁ ଯାହା ନ ହୋଇପାରେ, ଆତ୍ମା ଯୋଗୁଁ ସବୁ କିଛି ସମ୍ଭବ ବୋଲି ଲେଖକ ପ୍ରକାଶ କରିଛନ୍ତି  । ସେହି ଆତ୍ମାର ଆଶୀର୍ବାଦ ରହିଲେ ମୁଁ ଆଗକୁ ଆହୁରି କିଛି ଲେଖି ହେବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published.