Friday , February 3 2023
Home / ସ୍ୱାସ୍ଥ୍ୟ / ଡିଏସିପି ପାଇଁ ଓମସାର ଆନ୍ଦୋଳନ ପାଇଁ ସଜବାଜ

ଡିଏସିପି ପାଇଁ ଓମସାର ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ୱର, ୧୦/୧୨/୨୦୨୨ ( ଓଡ଼ିଶା ସମାଚାର)- ଓଡ଼ିଶା ସ୍ୱାସ୍ଥ୍ୟସେବା ସଂଘ (ଓମସା) ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ  ଭିତିଭୂମି ସୁଦୃଢ ପାଇଁ ସର୍ବଦା କାର୍ଯ୍ୟକରି ଆସିଛି, ଯାହାକି ଓଡ଼ିଶାର ସର୍ବସାଧାରଣ ଓ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି  ଏବଂ କେତେକ ଡ଼ାକ୍ତର ମଧ୍ୟ କୋଭିଡ଼ ସମୟରେ ଜୀବନ ହରାଇଛନ୍ତି । ଏହି ସଂଘର ଡିଏସିପି ଦାବି ବିଷୟରେ ୨୦୦୯ମସିହାରୁ ବାରମ୍ବାର ଲିଖିତ ରୂପେ ଜଣାଇବା ପରେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ।

 ଗତ ୩ ବର୍ଷ ମଧ୍ୟରେ ଚାରିଜଣ ସ୍ୱାସ୍ଥ୍ୟ ସଚୀବ ଆସିଲେଣି ଓ ଓମସା ସହ ତିନିଥର ବୈଠକ କରିସାରିଛନ୍ତି । କିନ୍ତୁ  ବୈଠକର ବିବରଣୀଟିଏ ଦେବା ପାଇଁ ଶ୍ରେୟ ମଣିନାହାଁନ୍ତି । ତେଣୁ ଓମସାର ମୁଖ୍ୟ ଦାବି ହେଲା ଡିଏସିପି ବା  ସମାନୁବର୍ତିତ ପଦୋନ୍ନତି । ୨୦୦୯ ମସିହାରୁ କେନ୍ଦ୍ର ସରକାର ଡ଼ାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ କରି ଆସୁଥିବା ବେଳେ ୨୦୧୮ ମସିହାରେ ଭାରତର ପଡ଼ୋଶୀ ରାଜ୍ୟ ବିହାର ଭଳି ଗରିବ ରାଜ୍ୟ ମଧ୍ୟ ଡ଼ାକ୍ତରମାନଙ୍କୁ ଡିଏସିପି ପ୍ରଦାନ କରିଛନ୍ତି । ୧୬ରୁ ଅଧିକ ରାଜ୍ୟ ମଧ୍ୟ ଡାକ୍ତରଙ୍କୁ ସିଜିଏଚଏସ୍ ବା କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବା ସମତୁଲ ଡିଏସିପି ୪,୯,୧୩,୨୦ ଚାକିରୀ ବୟସରେ ଦେଇଛନ୍ତି ଓ ଗ୍ରେଡ୍ ପେ ୧୦ ହଜାର ୨୦ ବର୍ଷରେ ଦେଇଛନ୍ତି । କିନ୍ତୁ ଓଡ଼ିଶା ରାଜ୍ୟରେ ଡିଏସିପି ନାମରେ ୭,୧୪,୨୧ ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି । ଦନ୍ତ ଚିକିତ୍ସକମାନେ ଓଏମଏଚଏସ୍ କ୍ୟାଡ଼ର ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଡିଏସିପି ବ୍ୟବସ୍ଥା ହୋଇନାହିଁ । ତେଣୁ ଆଜିର ସାଧାରଣ ବୈଠକରେ କେନ୍ଦ୍ରୀୟ ହାରରେ ସମସ୍ତ ଡ଼ାକ୍ତରଙ୍କୁ ସିଜିଏଚଏସ୍ ପରି ଡିଏସିପି ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଉଛି । ଆଜି ୧୦.୧୨.୨୦୨୨ରିଖ ଓମସାର ସାଧାରଣ ବୈଠକରେ ଏହି ନିଷ୍ପତି ନିଆଗଲା ଯେ, ଆସନ୍ତା ଏକମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ପାଇଁ ସରକାର ଯଦି ନ ଡ଼ାକନ୍ତି, ତାହେଲେ ଓମସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ । ଏହି ବୈଠକରେ ଓମସା ରାଜ୍ୟ ସଭାପତି ଡଃ ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡଃ ବିଶ୍ୱଜିତ ସାମଲ, କୋଷାଧ୍ୟକ୍ଷ ଡଃ କ୍ଷୀରୋଦ ଚନ୍ଦ୍ର ପାଲ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭ୍ୟ, କିଛି ସିଡ଼ିଏମଓ, ନିର୍ଦ୍ଧେଶକ ଓ ୪୦୦ରୁ ଉଦ୍ଧ୍ୱର୍ ଡାକ୍ତର ଉପସ୍ଥିତ ଥିଲେ ।

Leave a Reply

Your email address will not be published.