କେନ୍ଦ୍ରାପଡ଼ା, ୧୦/୧୨/୨୦୨୨ ( ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଗତକାଲି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଓଡିଆ ଚଳଚିତ୍ର ‘ଦମନ’ ପ୍ରଦର୍ଶିତ ହୋଇଯାଇଛି । ଓଡିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ‘ଦମନ’ । ରାଜ୍ୟର ଦୁର୍ଗମ ଅଂଚଳରରେ ବିଭିନ୍ନ ଆହ୍ୱାନ ସତ୍ୱେ କ୍ଷେତ୍ରୀୟ ସ୍ତରରେ ଅଧିକାରୀମାନଙ୍କୁ କାମ କରିବାକୁ ପଡିଥାଏ । ବେଳେବେଳେ ଏହା କଠିନ ସମସ୍ୟା ରୂପେ ଦେଖାଦେଇ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥାଏ । ଚଳଚିତ୍ରରେ ସମସ୍ତ ବାଧାବିଘ୍ନକୁ ସାମ୍ନାକରି ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ବାସ୍ତବରେ ଅନେକଙ୍କ ପାଇଁ ପ୍ରେରଣାଦାୟୀ ହୋଇପଡିଛି । ମାଲାକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରରେ ମ୍ୟାଲେରିଆ ନିରାକରଣ ପାଇଁ ସରକାରୀ ଅଧିକାରୀ, ଡାକ୍ତର ଏବଂ କର୍ମଚାରୀଙ୍କ ଅବଦାନକୁ ‘ଦମନ’ରେ ସ୍ଥାନିତ କରାଯାଇଛି , ଯାହା ଜାତୀୟ ସ୍ତରରେ ପ୍ରଶଂସା ସାଉଁଟୁଛି । ଏକ ବାସ୍ତବ କାହାଣୀ ଉପରେ ଆଧାରିତ ଏହି ଚଳଚିତ୍ର ସିଧାସଳଖ ଲୋକଙ୍କ ମନକୁ ଛୁଇଁ ପାରିଥିବା ବେଳେ ଜଣେ ଡାକ୍ତରଙ୍କ କର୍ମନିପୁଣତା କାହାଣୀକୁ ଅତି ନିଖୁଣ ଭାବେ ଚିତ୍ରଣ କରାଯାଇଛି ।
ଶୁକ୍ରବାର ଅପରାହ୍ନରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଦମନ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଗିତାଞ୍ଜଳି ସେଠୀ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅନୀତା ପଟ୍ଟନାୟକ, ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଅଧିକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ)ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ, ଡି.ଏମ.ଆର.ସି.ଏଚ. କୃଷ୍ଣଚନ୍ଦ୍ର ଲୋହା, କେନ୍ଦ୍ରାପଡା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ , କେନ୍ଦ୍ରାପଡା ପୌର ପରିଷଦର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମକତର୍ା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ, ଡି.ପି.ଏମ. ଗିତାଞ୍ଜଳି ଦାସ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାର, ଆଶାକର୍ମୀ, ଚଳଚିତ୍ରର ନିର୍ମାତା, ନିର୍ଦେଶକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଏହି ଚଳଚିତ୍ରକୁ ଉପଭୋଗ କରିଥିଲେ ।
ଓଡିଆ ଚଳଚିତ୍ର ‘ଦମନ’ ପ୍ରଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ଫିଲ୍ମ ପ୍ରଯୋଜକ ବ୍ୟବସ୍ଥା କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ଏବଂ ଚଳଚିତ୍ରର ପ୍ରଯୋଜକ ଓ ନିର୍ଦେଶକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।