କଟକ ସଦର, ୧୦/୧୨/୨୦୨୨ ( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କଟକ ଜିଲ୍ଲାର ଫକିରପଡା ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଗ୍ରୀନ୍ ଭ୍ୟାଲି ମଡେଲ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଆଜି (ଶନିବାର ଦିନ) ଅନୁଷ୍ଠିତ ହୋଇଯାଇଛି। ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗ ଛାତ୍ର ଛାତ୍ରୀଙ୍କ ଦ୍ଵାରା ୬୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ମେଳାକୁ ସ୍କୁଲର ଚେୟାରମେନ ପଣ୍ଡିତ ଶ୍ରୀରାମ ପ୍ରଧାନ ଉଦଘାଟନ କରିଥିବା ବେଳେ ଵିଚାରକ ଭାବେ ଶିକ୍ଷାବିତ ଦୋଳଗୋବିନ୍ଦ ସାହୁ,ଗୈ।ତମ ଚରଣ ପରିଡା, ଚୈତନ୍ୟ ରାଉତ ଯୋଗ ଦେଇଥିଲେ। ପ୍ରିନ୍ସପାଲ ଜୟନ୍ତ କୁମାର ଦାସ ଓ ଭାଇସ ପ୍ରିନ୍ସପାଲ ସଂଘମିତ୍ରା ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ମେଳାକୁ ସୁନିତା ଆଚାର୍ଯ୍ୟ, ପୁଷ୍ପଶ୍ରୀ ବେହେରା, ପ୍ରଣତି ସାହୁ, ସୋନାଲି ଜେନା, ଏସ୍ ଜସମିନ୍ କୈ।ଶର, ତୟଵା ଯୋହନ, ସପନା ବେହେରା, ନିବେଦିତା ପ୍ରଧାନ ମୃତ୍ୟୁଞ୍ଜୟ ମିଶ୍ର, ଦେବାଶିଷ ସିହ୍ନା, ପ୍ରଣତି ଆଚାର୍ଯ୍ୟ, ମଳୟ, ସୁନିଲ୍,ଗୀତା ପ୍ରମୁଖ ସମସ୍ତ ଅନ୍ତେବାସୀ ସହାୟତା କରିଥିଲେ।
ଆଗାମୀ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିଵ ବୋଲି ଅଧ୍ୟକ୍ଷ କହିଛନ୍ତି।ଶେଷରେ ବିଚାରକ ମଣ୍ଡଳୀ ଓ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ସଂପାଦକ ମାନସ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।