ଖୋର୍ଦ୍ଧା ୧୦/୧୨/୨୦୨୨ (ଓଡ଼ିଶା ସମାଚାର)- ବିଶ୍ୱ ମାନବାଧିକାର ଦିବସର ଅବସରରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନ ଖୋର୍ଦ୍ଧା ଜିଲ୍ଲା ବୋର୍ଡ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ବୋର୍ଡ ର ସଭାପତି ଶ୍ରୀ ଅବିନାଶ ନାୟକଙ୍କ ଅନୁପସ୍ଥିତିରେ ଉପ ସଭାପତି ଶ୍ରୀ ଯୁଗଳ କିଶୋର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠାନର ନିମ୍ନୋକ୍ତ ପ୍ରତିନିଧି ଦଳ ଯଥା : ଖୋର୍ଦ୍ଧା ଜିଲ୍ଲା ବୋର୍ଡ ର ଯୁବ ଗୋଷ୍ଠୀ ସଭାପତି ଶ୍ରୀ ଅବିନାଶ ସାମନ୍ତରାୟ, ବେଗୁନିଆ ବ୍ଲକ ବୋର୍ଡ ର ସଭାପତି ଶ୍ରୀ ବିଷ୍ଣୁ ଚରଣ ସାମନ୍ତରାୟ, ବେଗୁନିଆ ବ୍ଲକ ଉପ ସଭାପତି ଶ୍ରୀ ସତ୍ୟ ନାରାୟଣ ଚମ୍ପତି, ବେଗୁନିଆ ବ୍ଲକ ବୋର୍ଡ ର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତିଲତା ରଣସିଂହ, ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ସୁବୁଦ୍ଧି, ସଭ୍ୟା ଶ୍ରୀମତୀ ରୂପକନ୍ତି ସାହୁ ପ୍ରମୁଖ କର୍ମକର୍ତ୍ତା ଗଣଙ୍କ ଦ୍ଵାରା ଖୋର୍ଦ୍ଧା ଜିଲ୍ଲା ର ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ ର ଖୋର୍ଦ୍ଧା ସହର ଓ ଆଖପାଖ ରେ ଥିବା ସମସ୍ତ ଥାନାଧିକାରୀ
ପୁଣି ରାଜନେତା ତଥା ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ରୀୟ ମିତ୍ର, ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଏବଂ ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଇତ୍ୟାଦି ଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଫୁଲ ଗଛ ଓ ଉତ୍ତରୀୟ ବସ୍ତ୍ର ଉପହାର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା ସଂଗେ ସଂଗେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର ବିଭିନ୍ନ କ୍ଷେତ୍ରର ଜନ ମଙ୍ଗଳ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରାଯାଇଥିଲା, ପୁଣି ଅନୁଷ୍ଠାନର ପ୍ରତିଟି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହମତି ଓ ସହଯୋଗ ପାଇଁ ମୌଖିକ ଭାବରେ ଅନୁରୋଧ କରାଯାଇଥିଲା. ଖୁସିର ବିଷୟ ଯେ ସମସ୍ତ ସମ୍ମାନୀୟ ଅତିଥିଗଣ ପ୍ରତିନିଧି ଦଳର ଉପହାର ସାଦରେ ଗ୍ରହଣ କରି ସକରାତ୍ମକ ପ୍ରତିକ୍ରିୟା ଦେଇ ଅନୁଷ୍ଠାନର ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।